ଆମ୍ବ ମୁଲଚାଲକୁ ନେଇ ଗ୍ରାହକକୁ ପିଟିଲେ ଦୋକାନୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଯାଜପୁର ଟାଉନ(କେନ୍ୟୁଜ୍): ଆମ୍ବ ମୂଲ ଚାଲକୁ ନେଇ ଗ୍ରାହକ ଓ ଦୋକାନୀ ମଧ୍ୟରେ ଗଣ୍ଡଗୋଳ। ଦୋକାନୀ ଆକ୍ରମଣରେ ଦୁଇ ଗ୍ରାହକ ଗୁରୁତର ଅବସ୍ଥାରେ ଡାକ୍ତର ଖାନା ରେ ଭର୍ତି। ଯାଜପୁର ସଦର ଥାନା ଖଣ୍ଡରା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଗ୍ରାହକ ହେଲେ ଯାଜପୁର ପୋୖରାଞ୍ଚଳ ବୈଦ୍ୟରାଜପୁରର ସଞ୍ଜିତ କୁମାର ସାହୁ ଓ ପ୍ରମୋଦ ପରିଡା।

ଆମ୍ବ ଦର ମୂଲ ଚାଲକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନୀ ଜଣକ ରାଗି ଯାଇ ଉଭୟ ଗ୍ରାହକଙ୍କୁ ଆକ୍ରମଣ କରିଥିଲା। ଜଣଙ୍କ ବେକ କଟିଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.