ଆଜି ଡ଼ିନରରେ ବନାନ୍ତୁ “ଢ଼ାବା ଷ୍ଟାଇଲ ଚିକେନ”, ହାତ ଚାଟି ଚାଟି ଖାଇବେ
ଆପଣ ଘରେ ହେଉ ଅବା ବାହାରେ ହେଉ ଚିକେନରେ ଭିନ୍ନ ଭିନ୍ନ ଟେଷ୍ଟି ଟେଷ୍ଟି ଡ଼ିସେସ କରି ନିଶ୍ଚିତ ରୂପେ ଖାଇଥିବେ । ଚି଼ଲ୍ଲୀ ଚିକେନ, ଚିକେନ କରି, ଚିକେନ ପକୋଡା ଏମିତି କେତେ କଣ । ବାହାରେ ବି ଆମେ ଚିକେନରେ ତିଆରି ଅନେକ ରେସିପି ଆମେ ଖାଇଛୁ । ସବୁଠାରୁ ଢ଼ାବା ଷ୍ଟାଇଲ ଚିକେନ କରିର ସ୍ୱାଦ କିଛିଟା ନିଆରା । କିନ୍ତୁ କେବେ ଏହି ଚିକେନ ନିଜେ ଘରେ କରିବାକୁ ଚେଷ୍ଟା କରିଛନ୍ତିକି । ଯଦି କରିନାହାନ୍ତି ତେବେ ଆଜି ହିଁ ଟ୍ରାଏ କରନ୍ତୁ । ପ୍ରଥମେ ଲେଖିରଖନ୍ତୁ ଏନେଇ ଆବଶ୍ୟକ ହେଉଥିବା ସାମଗ୍ରୀ:
ଚିକେନ- ଗୋଟେ କେଜି
ମେରିନେଟ ପାଇଁ- ଅଦା ରସୁଣ ପେଷ୍ଟ
ଲେମ୍ବୁ ରସ
ଗୋଟେ ଚାମଚ ଲୁଣ
ତରକାରୀ ପାଇଁ:
ଅଧା କପ ସୋରିଷ ତେଲ
୪ ଟି ମଧ୍ୟମ ଧରଣର ପିଆଜ
୧୦ ପାକୁଡ଼ା ରସୁଣ
ଖଣ୍ଡେ ଅଦା
୩ ରୁ ୪ ଟି ଲଙ୍କା
ଗୋଟେ ଚାମଚ ଜିରା
୨ ଟି ତେଜ ପତ୍ର
ଖଣ୍ଡେ ଡାଲଚିନି
୪ ରୁ ୫ଟି ଗୁଜୁରାତି
୮ ରୁ ୧୦ ଟି ପେପର କର୍ଣ୍ଣ
୪ ରୁ ୫ ଟି ଲବଙ୍ଗ
୪ ଟି ମଧ୍ୟମ ଆକାରର ଟମାଟୋ
ଅଧା ଚାମଚ ହଳଦୀ ଗୁଣ୍ଡ
ଗୋଟେ ଚାମଚ ଲଙ୍କା ଗୁଣ୍ଡ
୨ ଚାମଚ ଧନିଆ ଗୁଣ୍ଡ
ଗରମ ମସଲା
କିଛି ଲୁଣ
ତେଲ କିମ୍ବା ଘିଅ
ବଟର
ଲଙ୍କା
ସଜେଇବା ପାଇଁ କିଛି ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନ ପିସ ଗୁଡିକରେ ଅଦା ରସୁଣ ପେଷ୍ଟ, ଲେମ୍ବୁ ରସ, ଲୱାନ ଦେଇ ମେରିନେଟ । କିଛି ସମୟ ପାଇଁ ଛାଡି ଦିଅନ୍ତୁ ।
ଏବେ ପ୍ରେସର କୁକର ବସାଇ ତେଲ ଗରମ କରନ୍ତୁ । ଏବେ ସେଥିରେ ଜିରା ଦିଅନ୍ତୁ । ଏବେ ଅନ୍ୟାନ ଗୋଟା ମସଲା ସବୁକୁ ପକାଇ ଦିଅନ୍ତୁ । ଟିକେ ଫୁଟି ଆସିଲେ ସେଥିରେ ପିଆଜ ବଟା ଦିଅନ୍ତୁ ।
ଧୀର ଆଞ୍ଚରେ ଏସବୁକୁ ଫୁଟାନ୍ତୁ । ମଝିରେ ମଝିରେ ଗୋଳାନ୍ତୁ । ସୁନେଲି ରଙ୍ଗ ହୋଇଆସିଲେ ଛାଡି ଦିଅନ୍ତୁ ।
ଏବେ ସେଥିରେ ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଆଦି ଦିଅନ୍ତୁ । ଟମାଟୋ ମିଶିବା ଯାଏଁ ଛାଡି ଦିଅନ୍ତୁ ।
ଏବେ ସେଥିରେ ଚିକେନ ଓ ଗରମ ମସଲା ଦିଅନ୍ତୁ ।
ଆପଣ ଯଦି ଚିକେନକୁ ପ୍ରେସର କୁକରରେ କରୁଥାନ୍ତି ତେବେ ୧୫ ମିନିଟ ସମୟ ଲାଗିବ । କରୀ ହୋଇ ଆସିଲେ ଧନିଆ ପତ୍ର ଦେଇ ସଜେଇ ଦିଅନ୍ତୁ ।