Below header

ଆଜି ଟ୍ରାଏ କରନ୍ତୁ କିଛି ନୂଆ, ବନାନ୍ତୁ ଫିସ୍‌ ଚପ୍‌

ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ୍‌ ଫିସ୍‌ ଫିଲଲେଟ୍ସ
  • ୨ କପ୍‌ ଅଣ୍ଡା
  • ୨ ଚାମଚ ରସୁଣ ପେଷ୍ଟ
  • ୬ ପିସ୍‌ କଞ୍ଚା ଲଙ୍କା
  • ୨ କପ୍‌ ପିଆଜ
  • ୩ ଚାମଚ ହଳଦୀ
  • ୨ ଚାମଚ ଗରମ ମସଲା ପାଉଡର
  • ୧ ଛୋଟ ଚାମଚ୍‌ ଚିନି
  • ୧/୨ ମିଡିୟମ୍‌ ସାଇଜ୍‌ ଅଦା
  • ୧ ୧/୨ କପ୍‌ ଆଳୁ
  • ୧ କପ୍‌ ବ୍ରେଡ୍‌ କ୍ରମ୍ବସ୍‌
  • ୧ ବଡ ଚାମଚ୍‌ ଅଦା ପେଷ୍ଟ
  • ୧ କପ୍‌ ସୋରିଷ ତେଲ
  • ଧନିଆ ପତ୍ର
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ଆବଶ୍ୟକତା ଅନୁସାରେ ଲୁଣ
  • ୨ ଚାମଚ ଜିରା

ପ୍ରସ୍ତୁତି ପ୍ରଣାଳୀ

ଏହି ସ୍ୱାଦିଷ୍ଟ ରେସିପି ବନାଇବା ପାଇଁ ସର୍ବପ୍ରଥମେ ଫିସ୍‌ କଟଲେଟ୍ସକୁ ଭଲଭାବେ ସଫା କରିଦିଅନ୍ତୁ। ମାଛରେ ହଳଦୀ ଏବଂ ଲୁଣ ପକାଇ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ୫ ମିନିଟ୍‌ ପରେ ମାଛକୁ ବାହାର କରିଦିଅନ୍ତୁ ଏବଂ ଅଲଗା ରଖନ୍ତୁ। ଏବେ ଏକ କଡାରେ ତେଲ ଗରମ କରିଦିଅନ୍ତୁ ଏବଂ ସେଥିରେ କାଟି ରଖିଥିବା ପିଆଜକୁ ପକାଇ ଦୁଇ ତିନି ମିନିଟ୍‌ ଭାଜି ଦିଅନ୍ତୁ। ଯେତେବେଳେ ପିଆଜ ଭଲଭାବେ ହୋଇଯିବ ସେତେବେଳେ ସେଥିରେ ଅଦା ରସୁଣ ପେଷ୍ଟ ଏବଂ କଟା ଅଦା ପକାଇ ଦିଅନ୍ତୁ। ୪, ୫ ମିନିଟ୍‌ ପର୍ଯ୍ୟନ୍ତ ଭାଜିଦିଅନ୍ତୁ। ଥରେ ଏହାଭଲଭାବେ ହୋଇଗଲା ପରେ ଏବେ ମାଛ ପକାଇ ଦିଅନ୍ତୁ। ଏହାକୁ ୫ ମିନିଟ ଆଉ କିଛି ସମୟ ରାନ୍ଧିବାକୁ ଛାଡନ୍ତୁ। ମିଶ୍ରଣରେ ଚକଟା ହୋଇଥିବା ଆଳୁକୁ ଚିନି ଏବଂ ଲୁଣ ସହିତ ମିଶାଇ ଦିଅନ୍ତୁ। ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇବା ପାଇଁ ଏହାକୁ ମିକ୍ସ କରନ୍ତୁ। ହଳଦୀ, ଜିରା, ଗରମ ମସଲା ପାଉଡର, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା ଏବଂ କଟା ଧନିଆ ପତ୍ର ପକାଇ ଦିଅନ୍ତୁ।ଏହିସବୁକୁ ଭଲଭାବେ ମିଶାଇ ଦିଅନ୍ତୁ।
ଏହାକୁ ୫ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ ତାପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏବେ ମାଛର ମିଶ୍ରଣକୁ ନିଜ ପସନ୍ଦ ମୁତାବକ ଆକାର ଦିଅନ୍ତୁ। ଏହି ପେଟିଜକୁ ବ୍ରେଡ କ୍ରମ୍ବରେ ରୋଲ କରନ୍ତୁ। ଏହାରି ଭିତରେ ଏକ ଗିନାରେ ପାଣି ଏବଂ ଲୁଣ ସହିତ ଏକ ଅଣ୍ଡାକୁ ଫେଣ୍ଟିଦିଅନ୍ତୁ। ଏବେ ପ୍ରତ୍ୟେକ ଫିସ୍‌ ପେଟିଜକୁ ଫେଣ୍ଟା ହୋଇଥିବା ଅଣ୍ଡା ମିଶ୍ରଣରେ ବୁଡାନ୍ତୁ। ଏହାପରେ ବ୍ରେଡକ୍ରମ୍ବରେ କୋଟିଙ୍ଗ କରନ୍ତୁ। ପେଟିଜକୁ ୧୫-୩୦ ମିନିଟ୍‌ ପାଇଁ ଫ୍ରିଜରେ ରଖିଦିଅନ୍ତୁ। ଶେଷରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଯେତେବେଳେ ଗରମ ହୋଇଯିବ ସେତେବେଳେ ଫିସ୍‌ ପେଟିଜକୁ ଧିରେ ଧିରେ ସେକନ୍ତୁ। ଏହିପରି ଭାବେ ସବୁ ପେଟିଜକୁ ଦୁଇ ପାଖରୁ ଡିପ୍‌ ଫ୍ରାଏ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.