Below header

ଚା’ ପ୍ରେମୀଙ୍କୁ ନିଶ୍ଚିତ ପସନ୍ଦ ଆସିବ ଏହି Tea, ଏହାର ସ୍ୱାଦ ଥରେ ଚାଖିଲେ ଦିଓ୍ଵାନା ହୋଇଯିବେ ଆପଣ

ଚା ପ୍ରେମୀଙ୍କ ପାଇଁ ଏହା କୌଣସି ଏନର୍ଜି ବୁଷ୍ଟର ଠାରୁ କମ୍‌ ନୁହେଁ। ଥକାପଣ ଦୂର କରିବା ସହିତ ମୁଣ୍ଡବ୍ୟଥା ସମୟରେ ଏହା ବହୁତ କାମରେ ଆସିଥାଏ। ଏହା ଇନଷ୍ଟାଣ୍ଟ ପ୍ରଭାବ ପକାଇଥାଏ। ଥଣ୍ଡାରେ ଚା ପିଇବା କୌଣସି ଔଷଧ ଠାରୁ କମ୍‌ ହୋଇନଥାଏ। ଖାସ୍‌ କରି ମସଲା ଚା ବହୁତ ଲାଭଦାୟକ ହୋଇଥାଏ। ମସଲା ଚାରେ ଅଳେଇଚ, ଅଦା, ଲବଙ୍ଗ,ଗୋଲମରୀଚ ଭଳିମସଲା ପଡିଥାଏ। ତେଣୁ ଏହି ଚା ନାକେବଳ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ ବରଂ କାଶ, ଥଣ୍ଡା ଜ୍ୱରକୁ ଠିକ୍‌ କରିଦେଇଥାଏ। ଆସନ୍ତୁ ଜାଣିବା ଏହି ମସଲା ଚାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

ଗୋଲ ମରୀଚ – ୨ରୁ୩ଟି
ଅଦା – ଅଳ୍ପ (କଦ୍ଦୁକସ୍‌ ହୋଇଥିବା)
ଖଣ୍ଡେ ଡାଲଚିନି
ଲବଙ୍ଗ – ୨
ତୁଳସୀ ପତ୍ର – ୩ରୁ୪ଟି
ଅଧା ଜାଇଫଳ – କଟା ହୋଇଥିବା
କ୍ଷୀର – ଦୁଇ କପ୍‌
ପାଣି – ଏକ କପ୍‌
ଚା ପତି – ୨ ଚାମଚ
ଚିନି – ସ୍ୱାଦାନୁସାରେ

tea chaପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମିଡିୟମ ଆଞ୍ଚରେ ଏକ ପାତ୍ରରେ ପାଣି ପକାଇ ଗରମ କରନ୍ତୁ। ପାଣିରେ ଗୋଲମରୀଚକୁ କୁଟି ପକାଇ ଦିଅନ୍ତୁ। ଏଥିରେ ଅଦା, ଡାଲଚିନି, ଲବଙ୍ଗ, ଜାଇଫଳ ଏବଂ ତୁଳସୀ ପତ୍ର ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ। ଏବେ ଏଥିରେ ଚା ପତି ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାପରେ ପାଣିରେ କ୍ଷୀର ଏବଂ ଅଳେଇଚ ପକାଇ ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଚା’ରେ ଚିନି ପକାଇ ୨ ମିନିଟ ଢ଼ାଙ୍କୁଣୀ ଖୋଲି ରଖିଦିଅନ୍ତୁ। ଏବେ ଆପଣଙ୍କ ପ୍ରସ୍ତୁତ ହୋଇଯାଇଛି ମସଲା ଚା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.