ପୁଣି ଶସ୍ତାରେ କରିପାରିବେ ସପିଙ୍ଗ୍‌ , ୧୮ ଡିସେମ୍ବରରୁ ଆରମ୍ଭ ହେଉଛି Flipkart Sale

ପୁଣି ଥରେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ Flipkart Sale ନେଇ ଆସିବ। ସୂଚନା ମୁତାବକ, ଏହି ସେଲ୍ ୧୮ ଡିସେମ୍ବରରୁ ଆରମ୍ଭ ହେବ। ୫ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଫ୍ଲିପକାର୍ଟ ସେଲ୍ ୨୨ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଫ୍ଲିପକାର୍ଟ ସେଲ୍ ର ଏହି ପେଜ୍ କୁ ଲାଇଭ କରାଯିବା ସହ ସେଲ୍ ର ଟ୍ୟାଗ୍ ଲାଇନ୍ ‘India Karey Celebrate’ ରହିଛି। ଏହି ସେଲ୍ ରେ କେଉଁ ପ୍ରଡକ୍ଟ ଉପରେ କେତେ ପ୍ରତିଶତ ଦର କମ ରହିଛି ସେ ନେଇ ବର୍ତ୍ତମାନ ସୂଚନା ମିଳିସାରିଛି। ତେବେ ଆସନ୍ତୁ ଜାଣିବା କେଉଁ ପ୍ରଡକ୍ଟ ଉପରେ କେତେ ପ୍ରତିଶତ ମୂଲ୍ୟ ହ୍ରାସ ପାଇଛି।

ଏପରି ପାଇପାରିବେ ଏକ୍ସଟ୍ରା ଡିସକାଉଣ୍ଟ

flipkartଫ୍ଲିପକାର୍ଟ ସେଲ୍ ଏସବିଆଇ (Flipkart Big Saving Days SBI Offer) ସହ ଉପଲବ୍ଧ। ସେଲ୍ ସମୟରେ ଯଦି ଗ୍ରାହକ ଏସବିଆଇ କାର୍ଡ ଜରିଆରେ ଟଙ୍କା ଦିଅନ୍ତି ତେବେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇପାରିବେ। ଫ୍ଲିପକାର୍ଟ ବିଗ୍ ସେଭିଂ ଡେଜ୍ ସେଲ୍ ପ୍ଲସ୍ ମେମ୍ବର୍ସଙ୍କ ପାଇଁ ୧୭ ଡିସେମ୍ବର ଅପରାହ୍ନ ୧୨ ଟାରୁ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ଫ୍ଲିପକାର୍ଟ ସେଲ୍ ସମୟରେ ଗ୍ରାହକ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଏକ୍ସେସରିଜ୍ ଉପରେ ୮୦ ପ୍ରତିଶତ ହ୍ରାସ୍ ପାଇପାରିବେ। ସେହିଭଳି ଲ୍ୟାପଟପ୍ ଡିଲ୍ସ ଉପରେ ୪୦ ପ୍ରତିଶତ, ହେଡଫୋନ୍ ଆଣ୍ଡ ସ୍ପିକର୍ସ ଉପରେ ୭୦ ପ୍ରତିଶତ ଏବଂ ସ୍ମାର୍ଟ ଓ୍ଵିୟରେବଲ୍ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ। ସେହିଭଳି ଟିଭି ଏବଂ ଘରୋଇ ଉପକରଣ ଉପରେ ୭୫ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ ଏବଂ ବେଷ୍ଟ ସେଲିଂ Smart Tv ଉପରେ ୬୫ ପ୍ରତିଶତ ଡିସକାଉଣ୍ଟ ରହିଛି।

ସ୍ମାର୍ଟଫୋନରେ ମଧ୍ୟ ସେଲ୍ ସମୟରେ ଗ୍ରାହକଙ୍କ ପାଇଁ ସାନଦାର୍ ସୁବିଧା ରହିଛି। ଗ୍ରାହକଙ୍କ ସୁବିଧା ପାଇଁ ବିନା ସୁଧ ଭଳି ଇଏମଆଇ ସୁବିଧା, ସମ୍ପୂର୍ଣ୍ଣ ମୋବାଇଲ୍ ପ୍ରୋଟେକ୍ସନ୍ ଏବଂ ଏକ୍ସଚେଞ୍ଜ ଅଫର୍ ର ସୁବିଧା ରହିଛି।

Flipkart Big Saving Days ରେ ଉବଲବ୍ଧ ଥିବା କିଛି ମୋବାଇଲର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଯେପରି Realme 6 ସେଲ୍ ର ପ୍ରକୃତ ମୂଲ୍ୟ ୧୪,୯୯୯ଟଙ୍କା ଥିବା ବେଳେ ସେଲ୍ ସମୟରେ ଏହି ଫୋନକୁ ୧୨,୯୯୯ଟଙ୍କାରେ ବିକ୍ରି କରାଯିବ। ସେହିଭଳି iPhone XR ଫୋନକୁ ସେଲ୍ ସମୟରେ ୩୮,୯୯୯ ଟଙ୍କାରେ ବିକ୍ରି କରାଯିବ, ଯାହାର ବର୍ତ୍ତମାନ ମୂଲ୍ୟ ଫ୍ଲିପକାର୍ଟ ଲିଷ୍ଟରେ ୪୪,୯୦୦ ରହିଛି। ଏଥିସହ Redmi 9i ଫୋନକୁ ଗ୍ରାହକ ୮,୯୯୯ଟଙ୍କାରେ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.