ପୋଖରୀରେ ନିଜର ବସା ବନାଇବା ପାଇଁ ବତକମାନଙ୍କୁ ସାହାଯ୍ୟ କରୁଛି ଏହି କୁନିପିଲା, ଏବେ ଚର୍ଚ୍ଚାରେ ଏହି ଭାଇରଲ ଭିଡିଓ
ଦୟାଳୁ ପ୍ରକୃତିର ଲୋକମାନେ ପ୍ରାୟତଃ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି । ଏମିତିକି ଏ କଥାକୁ କେହି ଧ୍ୟାନ ନଦେଲେ ମଧ୍ୟ ସେମାନେ ସାହାଯ୍ୟ କରିବା ବନ୍ଦ କରନ୍ତି ନାହିଁ । ମାନବିକତା ଏବଂ ଦୟାର ଏକ ଚମତ୍କାର ଉଦାହରଣ ଦେଖାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ଛୋଟ ପିଲା ପୋଖରୀରେ ବତକମାନଙ୍କ ବସା ତିଆରି କରିବାରେ ସେମାନଙ୍କୁ ସାହାଯ୍ୟ କରୁଛି ।
Help all in building their nest💕
Shared by Fiegen pic.twitter.com/euH7VsnLsK
— Susanta Nanda IFS (@susantananda3) December 11, 2020
ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ପ୍ରାୟ 33 ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ଅନେକ ଲୋକ ଦେଖିସାରିଲେଣି । ଭାଇରାଲ୍ ଭିଡିଓରେ ପୋଖରୀ କୂଳରେ ଏକ ଛୋଟ ବାଳକ ଦେଖାଯାଉଛି ଏବଂ ସେ ବତକମାନଙ୍କୁ ସାହାଯ୍ୟ କରୁଛି । ଯାହାଫଳରେ ସେମାନେ ପୋଖରୀରେ ନିଜ ବସା ନିର୍ମାଣ କରିପାରିବେ । ପୋଖରୀ ନିକଟରେ ବସିଥିବା ବାଳକ ଗୋଟିଏ ପରେ ଗୋଟିଏ ବତକକୁ ଛୋଟ ଛୋଟ କାଠି ସଂଗ୍ରହ କରି ଆଣି ଦେଉଛି ଏବଂ ତାକୁନେଇ ବତକମାନେ ପୋଖରୀରେ ନିଜର ବସା ତିଆରି କରୁଛନ୍ତି |
ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଉଲ୍ଲେଖନୀୟ କଥା ହେଉଛି ଏହି ଭିଡିଓଟି ଡିସେମ୍ବର 11 ରେ ସେୟାର କରାଯାଇଥିଲା, କିନ୍ତୁ ସେୟାର ହେବାର କିଛି ସମୟ ପରେ ଭିଡିଓ ଭାଇରାଲ ହୋଇଥିଲା । ଏହି ଛୋଟ ଭିଡିଓ କ୍ଲିପଟି ହଜାର ହଜାର ଲାଇକ୍ ପାଇଛି ।