ଆଜି ରୁଟି ସହିତ ବନାଇ ଖାଆନ୍ତୁ “ଡ଼ାଲ କୋଫତା”, ଥରେ ଚାଖିଲେ ପାଟିରୁ ଛାଡିବନି

ଆପଣ ନିଶ୍ଚିତ ରୂପେ ପନିପରିବା, ଆଳୁ ଆଦିରେ ପ୍ରସ୍ତୁତ କୋଫତା ଖାଇଥିବେ । ବିବାହ ଭୋଜି ମାନଙ୍କରେ ଏବେ ଏହା ଖୁବ ସାଧାରଣ ଡ଼ିସ ହୋଇଗଲାଣି । କିନ୍ତୁ କେବେ ଡାଲିରେ ପ୍ରସ୍ତୁତ ହୋଇଥିବା କୋଫତା ଖାଇଛନ୍ତି କିମ୍ବା ଚାଖିଛନ୍ତିକି । ଯଦି ନାଁ ତେବେ ଆସନ୍ତୁ ଆଜି ଜାଣିବେ ଡ଼ାଲି କୋଫତା ବିଷୟରେ । କେମିତି ଏହାକୁ ପ୍ରସ୍ତୁତ କରାଯାଏ ଏଥିପାଇଁ କଣ କଣ ସାମଗ୍ରୀ ଆବଶ୍ୟକ ଆସନ୍ତୁ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

ଅଧା କପ ମୁଗ ଡାଲି

କିଛି ବିରି ଡାଲି

ଗୋଟେ ଚାମଚ ଅଦା ଛେଚା

୧ ରୁ ୨ ଟି କଂଚା ଲଙ୍କା

ଅଧା ଚାମଚ ଜିରା

ଗୋଟେ ଚୁଟକୀ ସୋଡା଼

ସ୍ୱାଦ ଅନୁସାରେ ଲୁଣ

ଛାଣିବା ପାଇଁ ତେଲ

ଗୋଟେ ପିଆଜ

୪ଟି ଟମାଟୋ

ଗୋଟେ ଚାମଚ ରସୁଣ

ଲଙ୍କା ଗୁଣ୍ଡ

କିଛି ଫୁଟଣ

୫ ରୁ ୬ ଟି ଭ୍ରୁଶୃଙ୍ଗ ପତ୍ର

ଗୋଟେ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

– ୪ ରୁ ୫ ଘଣ୍ଟା ପାଇଁ ମୁଗ ଓ ବିରି ଡାଲିକୁ ବତୁରାଈ ଦିଅନ୍ତୁ ।

-ପାଣିକୁ କାଢି ଦିଅନ୍ତୁ । ଏବେ ଗ୍ରାଇଣ୍ଡରରେ ଡ଼ାଲି , ଅଦା, ଲଙ୍କା, ଲୁଣ କିଛି ପାଣି ଦେଇ ବାଟି ଦିଅନ୍ତୁ । ବଟା ଯେମିତି ଖଦଡିଆ ରହିବ ।

– ଏବେ ସେଥିରେ ଜିରା ଦିଅନ୍ତୁ । ବଟାକୁ ଏମିତି ମିଶାନ୍ତୁ ଯେମିତି ବଟା ହାଲୁକା ଲାଗିବ । ଏବେ ଏକ ପ୍ୟାନ ବସାଇ ସେଥିରେ ୬ ରୁ ୮ ଚାମଚ ତେଲ ଦିଅନ୍ତୁ । ଏବେ ସେଥିରେ କୋଫତା ଗୁଡିକୁ ଗୋଲଡେନ ବ୍ରାଉନ ରଙ୍ଗର ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଧ୍ୟାନରେ ରଖିବେ ତେଲ ଯେମିତି ମଧ୍ୟମ ଆଞ୍ଚର ଥିବ । ଆପଣ ଏହି ସମାନ ଭାବରେ କରିପାରିବେ ।

– ଏକ ପାତ୍ରରେ ସମସ୍ତ ମସଲାକୁ ମିଶାଇ କିଛି ପାଣି ଦେଇ ଏକ ଗ୍ରେଭି ପ୍ପ୍ରସ୍ତୁତ କରନ୍ତୁ । ଏବେ ଏହାକୁ ଉଚ୍ଚ ଆଞ୍ଚରେ ୪ ରୁ ୫ ମିନିଟ ପାଇଁ ଫୁଟାଇ ଦିଅନ୍ତୁ । ଏବେ ତାହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏବେ ଏହାକୁ ଏକ ହ୍ୟାଣ୍ଡ ଵଲେଣ୍ଡରରେ ବାଟି ଦିଅନ୍ତୁ ।

– ଆଉ କିଛି ପାଣି ଦେଇ ଫୁଟାନ୍ତୁ ଭଲ କରି ଫୁଟି ଆସିଲେ ଗ୍ୟାସ କମାଇ ଦିଅନ୍ତୁ ।

– ଏକ ପ୍ୟାନରେ ତେଲ ଦେଇ ଗରମ କରନ୍ତୁ । ସୋରିଷ ଦେଇ ଫୁଟାନ୍ତୁ । ଭୃସଙ୍ଗ ପତ୍ର ଦିଅନ୍ତୁ ।

-କିଛି ସମୟ ଚଳେଇଲା ପରେ ଟମାଟୋ ବଟାକୁ ଦେଇ ଦିଅନ୍ତୁ ।

– ଏବେ ସେଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କୋଫତା ଦେଇ ଫୁଟାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.