Below header

୯ରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ: ପୋଲାଭରମ ଓ କୋଟିଆ ପ୍ରସଙ୍ଗ ରହିବ ମୁଦ୍ଦା

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୯ତାରିଖରେ ସାକ୍ଷାତ କରିବେ ୱାଇଏସ ଜଗନମୋହନ ରେଡ୍ଡୀ । ଭୁବନେଶ୍ୱରରେ ନବୀନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ଜଗନ । ଆଲୋଚନା କାଳରେ ମୁଖ୍ୟତଃ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ, ପୋଲାଭରମ ଓ କୋଟିଆ ପ୍ରସଙ୍ଗ ସ୍ଥାନ ପାଇପାରେ । ଦୁଇ ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମଣା ଓ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଚୁକ୍ତିନାମାକୁ ସହମତିରେ ପାଳନ ହୋଇଥିବା ପୂର୍ବରୁ ଚିଠି ଲେଖି ଜଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ।

ନବୀନ ଓ ଜଗନଙ୍କ ସାକ୍ଷାତରେ ମୁଖ୍ୟତଃ ବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ବିବାଦ ଉପରେ ହୋଇପାରେ ଆଲୋଚନା । ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୧୬ରେ ଏହି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିଥିଲେ ଜଗନ । ୨୦୧୭ରେ ବଂଶଧାନା ଜଳ ବିବାଦ ଟ୍ରିବ୍ୟୁନାଲ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ବ୍ୟାରେଜର ବାମ ପାର୍ଶ୍ୱ ସ୍ଳୁଇସ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାକୁ ମଧ୍ୟ ଜଳସେଚନର ସୁବିଧା ମିଳିବ । ବ୍ୟାରେଜ ନିର୍ମାଣ ଦ୍ୱାରା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଓ ଓଡ଼ିଶାର ଗଜପତି ଜିଲ୍ଲାକୁ ପିଇବା ପାଣି ସହ ଜଳସେଚନ ହୋଇପାରିବ ।

ବଂଶଧାରାର ୭୫ ପ୍ରତିଶତ ବନ୍ୟା ଜଳ ସମୁଦ୍ରକୁ ଚାଲିଯାଉଥିବାରୁ ବ୍ୟାରେଜ ନିର୍ମାଣ ଦ୍ୱାରା ଏହାକୁ ସଂଚୟ କରି ରଖାଯାଇପାରିବ ବୋଲି କହିଛନ୍ତି ଜଗନ। କିନ୍ତୁ ଓଡ଼ିଶା ସରକାର ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଓ ସୁପ୍ରିମ କୋର୍ଟଙ୍କ ନିକଟରେ ସ୍ପେଶାଲ ଲିଭ ପିଟିସନ ଦାୟର କରି କିଛି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ । ଏଥିପାଇଁ ବ୍ୟାରେଜ ନିର୍ମାଣରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡ଼ିଛନ୍ତି ଜଗନ ମୋହନ ରେଡ୍ଡୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.