Below header

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ, ଏମିତି କରନ୍ତୁ ସମାଧାନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଏକ ସାଧାରଣ କଥା। ପ୍ରାୟ ସବୁ ଘରେ ଦମ୍ପତିଙ୍କ ମଧ୍ୟରେ କୌଣସି ନା କୌଣସି କଥାରେ କେବେ ନା କେବେ ଝଗଡ଼ା ହୋଇଥାଏ। ମାତ୍ର ତାହାକୁ ମନରେ ରଖି ସବୁଦିନ ଝଗଡ଼ା କରିବା ଦ୍ୱାରା ସମ୍ପର୍କ ଖରାପ ହୋଇଥାଏ। ପ୍ରାୟତଃ ସ୍ୱାମୀ-ସ୍ତ୍ରୀ ପରସ୍ପରର ମନ କଥା ବୁଝିପାରନପାରି ପରସ୍ପରକୁ ଦୋଷାରୋପ କରିଥାନ୍ତି। ଆପଣ ଯଦି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ବିଷୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ।

ଭାବନାକୁ ପରିପ୍ରକାଶ କରନ୍ତୁ

ସାଥୀର କୌଣସି କଥା ଯଦି ଆପଣଙ୍କୁ କଷ୍ଟ ବା ଆଘାତ ଦେଇଛି ତେବେ ସିଧାସଳଖ ସେ ସମ୍ପର୍କରେ ଥରେ ତାଙ୍କୁ କୁହନ୍ତୁ। ଯେଉଁ ନିର୍ଦ୍ଦିଷ୍ଟ କଥା ଯୋଗୁ ଆପଣ ଦୁଃଖିତ ଅଛନ୍ତି ତାହା କହିବାକୁ ଯେପରି ନ ଭୁଲନ୍ତି। ମନ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର କରନ୍ତୁ। ସମ୍ପର୍କକୁ ମଜଭୁତ କରିବାରେ ଏହା ସହାୟକ ହେବ।


ଯାହା କହିବାକୁ ଚାହୁଁଛନ୍ତି ବୁଝାଇ କୁହନ୍ତୁ

ଯଦି ସାଥୀଙ୍କ ଉପରେ ରାଗିଛନ୍ତି କିନ୍ତୁ ମାମଲାକୁ ସମାଧାନ କରିବାକୁ ମଧ୍ୟ ଚାହୁଁଛନ୍ତି, ତେବେ ପ୍ରଥମେ କିଛି ସକାରାତ୍ମକ ବିଷୟକୁ ନେଇ କଥାବାର୍ତ୍ତା ଆରମ୍ଭ କରନ୍ତୁ। ସିଧାସଳଖ ରାଗିଥିବା ବିଷୟ ଉପସ୍ଥାପନ କରି ଝଗଡ଼ାକୁ ବଢ଼ାନ୍ତୁ ନାହିଁ। କଥାବାର୍ତ୍ତା ଦ୍ୱାରା ହିଁ ସମସ୍ତ ସମସ୍ୟାର ସମାଧାନ ସମ୍ଭବ। ସାଥୀଙ୍କ ଯେଉଁ କଥା ଆପଣଙ୍କୁ ଖରାପ ଲାଗିଛି ସେ ସମ୍ପର୍କରେ ତାଙ୍କୁ କୁହନ୍ତୁ। ଦେଖିବେ ସେ ନିଶ୍ଚିତ ଆପଣଙ୍କ କଥାକୁ ଗୁରୁତ୍ୱର ସହ ନେଇ ନିଜ ବ୍ୟବହାରରେ ପରିବର୍ତ୍ତନ କରିବେ।

ଏହାସହ ପଢ଼ନ୍ତୁ: ଏଥର ଗଣେଶ ଚତୁର୍ଥୀରେ ଟ୍ରାଏ କରନ୍ତୁ ଲଙ୍ଗ୍‌ କୁର୍ତ୍ତି, ଦେଖନ୍ତୁ ଏହି ୪ଟି ଡିଜାଇନ୍‌

ସାଥୀଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ

ସବୁବେଳେ କେବଳ ନିଜ ସମସ୍ୟା ସମ୍ପର୍କରେ ନଭାବି ବେଳେ ବେଳେ ସାଥୀଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଚିନ୍ତା କରନ୍ତୁ। ପରସ୍ପରକୁ ଯଥେଷ୍ଟ ସମୟ ଦିଅନ୍ତୁ। ଅଫିସ୍‌ ଟେନ୍ସନ, ପରିବାର ଟେନ୍ସନ୍‌ ଯୋଗୁଁ ମଧ୍ୟ ବେଳେବେଳେ ବ୍ୟକ୍ତି ରାଗିଯାଏ। ଫଳରେ ଚିଡ୍‌ଚିଡ୍‌ ହୋଇଥାଏ। ଯଦି ଏଭଳି ସମସ୍ୟା ଦେଇ ଆପଣଙ୍କ ସାଥୀ ଗତି କରୁଛନ୍ତି ତେବେ ତାଙ୍କୁ ମୋରାଲ ସର୍ପୋଟ ଦିଅନ୍ତୁ। ନିଜ ଅନୁସାରେ ବୁଝାନ୍ତୁ। ଦେଖିବେ ଧୀରେ ଧୀରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିବ।

ସମସ୍ୟାର ସମାଧାନ ଝଗଡ଼ା ନୁହେଁ

ସବୁ ସମସ୍ୟାର ସମାଧାନ ଝଗଡ଼ା ନୁହେଁ। ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁବେଳେ ମନେ ରଖନ୍ତୁ। ଝଗଡ଼ା ନ କରି ବରଂ କଥାବାର୍ତ୍ତା କରି ଅସୁବିଧାକୁ ଦୂର କରନ୍ତୁ। ଶାନ୍ତ ଓ ଥଣ୍ଡା ମୁଣ୍ଡରେ କାମ କରିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.