Below header

ପାଦ ଦରଜ ହେଲେ କରନ୍ତୁନି ଅଣଦେଖା, ହୋଇପାରେ ବଡ଼ ରୋଗର ଆଶଙ୍କା

ସାଧାରଣତଃ ବୟସ୍କ ଲୋକଙ୍କ ପାଦରେ ଦରଜ କିମ୍ବା ଅଳ୍ପ ଜ୍ୱଳନ ଅନୂଭୁତ ହୋଇଥାଏ । ବେଳେ ବେଳେ ଏହି ସମସ୍ୟା କମ୍‌ ବୟସ୍କ ଲୋକଙ୍କ ଠାରେ ମଧ୍ୟ ଦେଖାଯାଇଥାଏ । ଏହାକୁ ଆମେ ଅତି ହାଲ୍‌କା ଭାବେ ନେଇଥାଉ । ଭାବିନେଇଥାଉ ଯେ ବୋଧହୁଏ କାମ ପ୍ରେସର ଯୋଗୁ ଏପରି ହୋଇଛି । କେହି କେହି ଏହାକୁ ହାଡ଼ ସମସ୍ୟା ଭାବି ବିନା ଡାକ୍ତର ପରାମର୍ଶରେ କ୍ୟାଲ୍‌ସିୟମ ବଟିକା ନେଇଯାଇଥାନ୍ତି ।

leg
photo credit: punjabkesari.in

ବାସ୍ତବରେ ପାଦରେ କମ୍ପନ କିମ୍ବା ଦରଜ ଓ ଜ୍ୱଳନ ଏକ ‘ନ୍ୟୁରୋଲୋଜିକାଲ’ ରୋଗର ଲକ୍ଷଣ । ଯେତେବେଳେ ଶରୀରରେ ଆଇରନ୍‌ ଓ ଭିଟାମିନ୍‌ ବି-୧୨ ର ଅଭାବ ହୋଇଥାଏ ସେତେବେଳେ ଏହି ଅସୁବିଧା ଦେଖାଯାଇଥାଏ । ବିଶେଷକରି ୪୦ ବର୍ଷ ବୟସ ପରେ ଏହି ଲକ୍ଷଣ ଦେଖାଦେଇଥାଏ । ବାସ୍ତବରେ ପାଦର ମାଂସପେଶୀ ଓ ଜଏଣ୍ଟ ର କାର୍ଯ୍ୟ କରିବା ପାଇଁ ବ୍ରେନ୍‌ରୁ ତରଙ୍ଗ ମିଳିଥାଏ । ହେଲେ ବସିବା କିମ୍ବା ଶୋଇବା ବେଳେ ଏହି ତରଙ୍ଗରେ ବାଧା ସୃଷ୍ଟି ହୋଇଥାଏ । ଯାହାଫଳରେ ପାଦରେ କମ୍ପନ ହୋଇଥାଏ । ବ୍ରେନ୍‌ରୁ ଆସୁଥିବା ତରଙ୍ଗକୁ କଣ୍ଟ୍ରୋଲ କରିଥାଏ ‘ଡୋପାମାଇନ୍‌ ହରମୋନ୍‌’ । ଏହାର ଅଭାବରୁ ତରଙ୍ଗର ପ୍ରଭାବ ଲଗାତାର ହୋଇଥାଏ ।

vegitable
photo credit: punjabkesari.in

ପାଦରେ ହେଉଥିବା ଦରଜର ଚିକିତ୍ସା

୧. ଭୋଜନରେ ସବୁଜ ପତ୍ରର ପରିବା, ଅଣ୍ଡା, ଚିକେନ୍‌ ଓ ମିଲ୍କ ପ୍ରଡକ୍ଟସକୁ ସାମିଲ କରନ୍ତୁ ।

୨. ମଦ ଓ ସିଗାରେଟ୍‌ ଠାରୁ ଦୂରରେ ରୁହନ୍ତୁ ଏହା ଡୋପାମାଇନ୍‌ ହରମୋନ୍‌କୁ କମ୍‌ କରିଥାଏ । ଯାହା ପାଦରେ ଏପରି ସମସ୍ୟା ସୃଷ୍ଟି କରିଥାଏ ।

୩. ପାଦର ଦରଜ ପାଇଁ ତେଲ୍‌ ମାଲିସ୍‌ ବହୁତ ଫଳପ୍ରଦ ହୋଇଥାଏ ।

୪. ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ।

୫. ଡୋପାମାଇନ୍‌ ହରମୋନ୍‌ ବଢ଼ାଉଥିବା ମେଡିସିନ୍‌ ନିୟମିତ ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.