ଝିଅ ସହ ଏମିତି କାମ କଲା ବାପା, କୋର୍ଟ ଦେଲେ ଆଜୀବନ ଦଣ୍ଡାଦେଶ

କଟକ (କେନ୍ୟୁଜ୍) : ବାପା, ଏହା ଏମିତି ଏକ ଶବ୍ଦ ଯାହାର ଉଚ୍ଚରଣରେ ମନକୁ ସାହସ ଆଉ ଶାନ୍ତି ମିଳେ। କିନ୍ତୁ ଏହି ବାପା ଯଦି ରାକ୍ଷସ ସାଜେ ତାହେଲେ ତା ପିଲା କେଉଁଠି ସୁରକ୍ଷିତ। ଆଜିର ଏ ଖବର ଆପଣଙ୍କ ମନକୁ ଏକଦମ୍ ଦୋହଲାଇ ଦେବ। ଲଜ୍ଜା ସବୁ ସିମା ପାର କଲା ପାପୀ ବାପା।ନିଜ ନାବାଳିକା ଝିଅ ସହ ପାପ କାମ କରିବାକୁ ପଛାଇଥିଲା ଜଣେ ବାପା। ୨୦୧୮ ମସିଆରେ କଟକ ସହରରେ ହୋଇଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ନିଜ ଜନ୍ମିତ ନାବାଳିକା ଝିଅ ସହ କୁତ୍ସିତ ସମ୍ପର୍କ ଘଟଣାରେ ହୋଇଛି ଦଣ୍ଡାଦେଶ।

ଅଭିଯୁକ୍ତକୁ ମୃତ୍ୟୁ ପର‌୍ୟ୍ୟନ୍ତ ସଶ୍ରମ ଜେଲ ଦଣ୍ଡ ଦେଲେ ପକ୍‌ସୋ କୋର୍ଟ। ଯାବଜ୍ଜୀବନ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ କଟକ ପକ୍‌ସୋ କୋର୍ଟ । କଟକ ମହିଳା ଥାନାରେ ହୋଇଥିଲା ମାମଲା । କୋର୍ଟ ଭୀଷଣ ଭାବରେ ଭର୍ତ୍ସନା କରିଛନ୍ତି। ଏପରି ଲୋକକୁ ସମାଜରେ ସମାଜରେ ରହିବା ଅନୁଚିତ ବୋଲି କହିଛି କୋର୍ଟ।

ତେବେ ସବୁଠୁ ଦୁଃଖର କଥା ହେଉଛି ଏହି ପୀଡିତା ଝିଅର ଗୋଟେ ଅଢ଼େଇ ବର୍ଷର ପିଲାଟିଏ ଅଛି ଆଉ ସେ ଏବେ ସୁଦ୍ଧା ବି ନାବାଳିକା ଅଛି। ସେପଟ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ରାଜ୍ୟ ସରକାର । ୨୦୧୮ ମସିହାରେ କଟକ ସହରରେ ହୋଇଥିଲା ଘଟଣା । ସେହି ଦିନ ହିଁ ଅଭିଯୁକ୍ତ ଗିରଫ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.