ମାସେ ପର୍ଯ୍ଯନ୍ତ ବ୍ରଶ ନ କଲେ କ’ଣ କ୍ଷତି ହୁଏ, କେମିତି ରହିବ ଦାନ୍ତର ଅବସ୍ଥା

ଶୀତ ଦିନ ଆସିଲେ ଅଧିକାଂଶ ଲୋକ ଗାଧେଇବାକୁ ଡରିଥାନ୍ତି। କିନ୍ତୁ ପ୍ରତିଦିନ ଜଣେ ବ୍ଯକ୍ତି ବ୍ରଶ କରିଥାଏ। ଏମିତି କିଛି ଲୋକ ଥିବେ, ଯେଉଁମାନେ ପ୍ରତିଦିନ ବ୍ରଶ କରିବାକୁ ପସନ୍ଦ କରିନଥାନ୍ତି। ଏମିତି ଲୋକଙ୍କ ପାଇଁ ରୋଚକ ତଥ୍ଯ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି, ଯଦି କୌଣସି ବ୍ଯକ୍ତି ଲଗାତାର ୧ ମାସ ପାଇଁ ବ୍ରଶ ନ କରେ ତେବେ ଦାନ୍ତର ଅବସ୍ଥା କ’ଣ ହେବ ?

ପାଟି ଦୁର୍ଗନ୍ଧ ଛଡା ହୋଇଥାଏ ଏହିସବୁ ସମସ୍ଯା…

୧ ମାସ ପର୍ଯ୍ଯନ୍ତ ବ୍ରଶ ନ କରିବା ପରେ ପ୍ରଥମେ ପାଟିରୁ ଦୁର୍ଗନ୍ଧ ବାହାରିବା ସହିତ ଦାନ୍ତର ଅନେକ କ୍ଷତି ହୋଇଥାଏ। ଦାନ୍ତରେ ମଇଳାର ଏକ ପରସ୍ତ କଠିନ ହୋଇ ଜମିଯାଏ, ଯାହାକୁ ପରେ ବ୍ରଶ କଲେ ସୁଦ୍ଧା ବାହାରି ନଥାଏ। ଏଥିପାଇଁ ଆପଣଙ୍କୁ ଦାନ୍ତ ଡାକ୍ତରଙ୍କ ସାହାଯ୍ଯ ନେବାକୁ ପଡିଥାଏ। ଏହାଛଡା ଦାନ୍ତର ରଙ୍ଗ ମଧ୍ୟ ହଳଦିଆ ପଡିଯାଏ।

ମାସେ ପର୍ଯ୍ଯନ୍ତ ବ୍ରଶ ନ କଲେ ଦାନ୍ତରେ ବ୍ଯାକ୍ଟେରିଆ ଜମା ହୋଇଯାଏ। ଦାନ୍ତରେ ୭୦୦ ପ୍ରକାର ୬୦ ଲକ୍ଷ ବ୍ଯାକ୍ଟେରିଆ ରହିଥାନ୍ତି। ଯାହାକୁ ପ୍ରତିଦିନ ବ୍ରଶ ନ କରିବା ଦ୍ବାରା ଅନେକ ଗୁଣାରେ ବଢିଯାଆନ୍ତି। ଏହି ବ୍ଯାକ୍ଟେରିଆ କେବଳ ଦାନ୍ତକୁ କ୍ଷତି ସହିତ ମାଢିକୁ ମଧ୍ୟ ଖରାପ କରିଦିଅନ୍ତି। ତେଣୁ ଆପଣ ଖାଇବା ସମୟରେ ଅଧିକ କଷ୍ଟ ଲାଗିଥାଏ।

ପ୍ରତିଦିନ ବ୍ରଶ ନ କଲେ ଦାନ୍ତ ବ୍ଯାକ୍ଟେରିଆ ସହିତ ଲଢିବା ଗୁଣ ମଧ୍ୟ ଶେଷ ହୋଇଯାଏ। ତେଣୁ ଦାନ୍ତ ବହୁତ ଜଲଦି ଝଡିପଡେ। ଅଳ୍ପ କେତେ ମାସ ମଧ୍ୟରେ ସବୁ ଦାନ୍ତ ଝଡିପଡେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.