ଆପଣଙ୍କ କେଶ କୁଞ୍ଚୁକୁଞ୍ଚିଆ କି? ଫଲୋ କରନ୍ତୁ ଏହି ସିମ୍ପଲ୍‌ ଟିପ୍ସ

ଅନେକ ଜଣଙ୍କ କେଶ କୁଞ୍ଚୁକୁଞ୍ଚିଆ ହୋଇଥାଏ, ଯାହାକୁ ନେଇ ସେମାନେ ବିଭିନ୍ନ ସମସ୍ୟାରେ ପଡ଼ିଥାଆନ୍ତି। ଯେଉଁମାନଙ୍କ କେଶ କୁଞ୍ଚୁକୁଞ୍ଚିଆ, ସେମାନେ ସିଧା କେଶ ପସନ୍ଦ କରିଥାଆନ୍ତି। ଆଉ ଯେଉଁମାନଙ୍କର ସିଧା, ସେମାନେ କୁଞ୍ଚୁକୁଞ୍ଚିଆ କେଶ ଚାହାଁନ୍ତି। ତେବେ କୁଞ୍ଚୁକୁଞ୍ଚିଆ କେଶ ଥିବା ଯୁବତୀମାନେ ସେମାନଙ୍କ କେଶକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ଥାଆନ୍ତି। ତେଣୁ ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ଟିପ୍ସ, ଯାହାକୁ ଆପଣାଇ ଆପଣ କୁଞ୍ଚୁକୁଞ୍ଚିଆ କେଶରୁ ମୁକ୍ତି ପାଇପାରିବେ।

curly1

ଏହାସହ ପଢ଼ନ୍ତୁ: ଶରୀରରେ ରହିଛି କି ରକ୍ତର ଅଭାବ? ତା’ହେଲେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଦୁଇଟି ଜିନିଷ

-ନିଜ କେଶ ପାଇଁ ସବୁବେଳେ ମଇଶ୍ଚରାଇଜିଂ ସାମ୍ପୁ ବାଛନ୍ତୁ। ଏଥିରେ କେଶର ରୁକ୍ଷପକ୍ଷ ଦୂର ହୋଇଯିବ। ତାହା ମୁଲାୟମ ମଧ୍ୟ ଲାଗିବ।

-ଯଦି ଆପଣଙ୍କ କେଶ କର୍ଲି ଅଛି, ତା’ହେଲେ ସପ୍ତାହରେ ଥରେ କିମ୍ବା ଦୁଇଥର ସାମ୍ପୁ କରନ୍ତୁ। ଏମିତି କଲେ, କେଶର ରୁକ୍ଷପକ୍ଷ ଦୂର ହୋଇଯାଏ ଏବଂ କେଶ ଫ୍ରିଜି ହେବନାହିଁ। ସାମ୍ପୁକୁ ସବୁବେଳେ ପାଣିରେ ମିଶାଇ କେଶରେ ଲଗାଇବା ଉଚିତ।

ଏହାସହ ପଢ଼ନ୍ତୁ: ଗର୍ଭାବସ୍ଥାରେ ଶୁଣନ୍ତୁ ସ୍ଲୋ ମ୍ୟୁଜିକ୍‌, ଶିଶୁର ସ୍ୱାସ୍ଥ୍ୟ ପାଇଁ ହେବ ଲାଭଦାୟକ

-କର୍ଲି କେଶ ପାଇଁ ଲିଭ୍‌ ଇନ୍‌ କଣ୍ଡିଶନର ବ୍ୟବହାର କରିବା ଉଚିତ। ଏହାଦ୍ୱାରା କେଶ ଅଧିକ ସମୟ ଯାଏ ମୁଲାୟମ ଏବଂ ତୈଳାକ୍ତ ରହିବ।

-କୁଞ୍ଚୁକୁଞ୍ଚିଆ କେଶ ପାଇଁ ସେରମ୍‌ ସବୁଠାରୁ ଭଲ ପ୍ରଡକ୍ଟ ବୋଲି ଗଣାଯାଏ। ଏକ ଭଲ ହାଇଡ୍ରେଟିଙ୍ଗ୍‌ ଏବଂ ଆଣ୍ଟି-ଫ୍ରିଜ୍‌ ସେରମ୍‌ ଆପଣଙ୍କ କେଶର ଠିକ୍‌ ଯତ୍ନ ନେଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.