Below header

ଥାୟରଏଡ ଯୋଗୁ ଯଦି ବଢ଼ି ଯାଇଛି ଆପଣଙ୍କ ଓଜନ, ତ ଏହି ୫ଟି ଟିପ୍ସ ଆପଣାଇ କରନ୍ତୁ କଣ୍ଟ୍ରୋଲ

ଆଜିକାଲିକା ସମୟରେ ପ୍ରତି ୧୦ଜଣଙ୍କ ମଧ୍ୟରେ ୪ଜଣ ଥାୟରଏଡ ସମସ୍ୟା ଦେଇ ଗତି କରୁଛନ୍ତି। ଥାୟରଏଡ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି, ଯେଉଁଥିରେ ଲୋକ ପତଳା ହେବାରେ ଲାଗିଥାନ୍ତି ଏବଂ ଅନ୍ୟଟିରେ ମୋଟା ହେବାରେ ଲାଗନ୍ତି। ଏମିତିରେ ଯଦି ଥାୟରଏଡ ଯୋଗୁ ଆପଣଙ୍କ ଓଜନ ବଢ଼ିବାରେ ଲାଗିଛି, ତ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ।

୧. ଖାଦ୍ୟପେୟ: ଥାୟରଏଡ ରୋଗୀଙ୍କୁ ନିଜ ଖାଦ୍ୟପେୟର ଖାସ ଯତ୍ନ ନେବା ଆବଶ୍ୟକ। ଏମିତିରେ ଆପଣ ତେଲ ଛଣା ଜିନିଷ ଏବଂ ତେଲ ଭଜା ଜିନିଷଠୁ ଦୂରେଇ ରହିବା ଉଚିତ।

୨. ଗ୍ରୀନ ଟି: ଥାୟରଏଡ ରୋଗୀ ଗ୍ରୀନ ଟି ସେବନ କରି ଓଜନକୁ ହ୍ରାସ କରିପାରିବେ। ଦିନକୁ ଦୁଇଥର ନିଶ୍ଚୟ ଗ୍ରୀନ ଟି ସେବନ କରନ୍ତୁ।

୩. ରସୁଣ: ରସୁଣ ମଧ୍ୟ ଥାୟରଏଡ ଯୋଗୁ ବଢ଼ିଥିବା ଓଜନକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଆପଣ ରସୁଣକୁ କଞ୍ଚା କିମ୍ବା ଭଜା, ତରକାରୀ ଆଦିରେ ପକାଇ ଖାଇ ପାରିବେ।

୪. ଚାଲିବା: ଥାୟରଏଡ ରୋଗୀଙ୍କ ପାଇଁ ଚାଲିବା ନିହାତି ଜରୁରୀ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ନିଶ୍ଚୟ ଚାଲନ୍ତୁ। ଏଥିରେ ବି ଆପଣଙ୍କ ଓଜନ କମିଯିବ।

୫. ଯୋଗ: ଆପଣ ଯୋଗ ମଧ୍ୟ କରିପାରିବେ। ଯୋଗ କେବଳ ଯେ ଆପଣଙ୍କ ଓଜନକୁ ମ୍ୟାନେଜ କରିବ ତା’ ନୁହେଁ, ବରଂ ଥାୟରଏଡ ସମସ୍ୟାକୁ ବି ବଢ଼ିବାକୁ ଦେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.