Below header

କେନ୍ଦୁଝର: ୟସ ଫେରିବା ପରେ ଲଗାଣ ବର୍ଷା ଯୋଗୁଁ ଭାସିଗଲା ବଇଙ୍ଗା ନଦୀ ପୋଲ, ସୁଆକାଠି ଦବୁନା ଯୋଗାଯୋଗ ବିଛିନ୍ନ

ବାଂଶପାଳ(କେନ୍ୟୁଜ୍): ବାତ୍ୟା ୟସର ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ୩ ଦିନ ଧରି ଲଗାଣ ବର୍ଷା ସହିତ ପବନ ଲାଗିରହିଛି। ଲଗାଣ ବର୍ଷାରେ ଅନେକ କଚା ଘର ଭାଙ୍ଗିଯାଇଥିବା ବେଳେ ଅନେକ ଗାଁ ଜଳମଗ୍ନ ହୋଇ ରହିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଡ୍ରାଇଭର୍ସନ ପୋଲଟି ଭାସିଯାଇଛି।ଏହି ନଦୀରେ ୬ କୋଟି ବିନିମୟରେ ନୂତନ ନିର୍ମାଣଧୀନ ପୋଲଟିର  ସେଣ୍ଟ୍ରିଂ ମଧ୍ୟ ଭାସିଯାଇଛି।ଫଳରେ ବହୁ କ୍ଷୟକ୍ଷତି ହୋଇଛି।

ଡ୍ରାଇଭର୍ସନ ପୋଲଟି ଭାସିଯିବା ଯୋଗୁଁ ବାଂଶପାଳ, ସୁଆକାଠି,ଦବୁନା,ବସନ୍ତପୁର,କୁଶକଳା,କାଦକଳା ଆଦି ସ୍ଥାନକୁ ଯାତାୟତ ବାଧା ପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି। ବ୍ଲକର ୧୦ ଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

ଘଟଣା ସ୍ଥଳରେ ବାଂଶପାଳ ବିଡ଼ିଓ ଉଗ୍ରସେନ ଓରାମ, ତହସିଲଦାର ସପନ କୁମାର ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପୋଲ ପାର୍ଶ୍ଵ ରାସ୍ତାକୁ ମରାମତି କରି ଗମନାଗମନରେ ସୁଧାର ପାଇଁ ଉଦ୍ୟମ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲ ଉପରେ ଯାତାୟତ ବନ୍ଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.