କରୋନାର ଦ୍ୱିତୀୟ ଡୋଜ୍‌ ଅନ୍ୟ ଟିକା ଲଗାଇଲେ କିଛି ଅସୁବିଧା ନାହିଁ, ଏମିତି କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ :  କରୋନା ସଂକଟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଦେଶରେ ଭଲ ହେବା ରେଟ୍‌ ବୃଦ୍ଧି ପାଇ ୯୦ ପ୍ରତିଶତରେ ପହଞ୍ଚିଛି । ୨୪ ରାଜ୍ୟରେ କରୋନା ମାମଲା ହ୍ରସ ପାଇଛି । ଏବେ ଦେଶରେ ଟିକାର ଅଭାବ ପରିଲକ୍ଷିତ ହୋଇଛି । ଲୋକେ ଗୋଟିଏ ଟିକା ନେବା ପରେ ଆଉ ଗୋଟିଏ ଟିକା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଯଦି କେହି ଗୋଟିଏ ଡୋଜ୍‌ ଟିକା ଗୋଟିଏ ଗ୍ରୁପରୁ ନେଇଥାନ୍ତି । ତେବେ ଅନ୍ୟ ଡୋଜ୍‌ ଅନ୍ୟ ଗ୍ରୁପ୍‌ର ନେଇ ପାରିବେ ।

ନୀତି ଆୟୋଗ ସଦସ୍ୟ ଡାକ୍ତର ବି କେ ପଲ୍‌ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଅଲଗା ଅଲଗା ଟିକା ନେଲେ କୌଣିସି ଅସୁବିଧା ନଥିବାରୁ ଲୋକେ ଟିକା ଅଭାବରେ ଏହା ନେଇ ପାରିବେ ବୋଲି ଡା. ବିକେ ପଲ୍‌ ପ୍ରକାଶ କରିଛନ୍ତି ।

ଏହା ଛଡ଼ା ୨୪ ଟି ରାଜ୍ୟରେ କରୋନା ମାମଲା ହ୍ରାସ ପାଇଛି ବୋଲି ଡାକ୍ତର ପି କେ ପଲ୍‌ ପ୍ରକାଶ କରିଛନ୍ତି । ଏହି ସମୟରେ ଯଦି ଟିକା ରେଟ୍‌ ବଢ଼ିଯାଏ ତେବେ କରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.