୩ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ୍ 

ଯାଜପୁର (କେନ୍ୟୁଜ) : ତିନି ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ୍ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ମାଝିପାଟଣା ଗ୍ରାମର ଦୁର୍ଯ୍ୟୋଧନ ମଲିକଙ୍କ ଅକାଳ ବିୟୋଗ ହୋଇଯିବା ପରେ ସେମାନଙ୍କ ୩ପୁଅ ଝିଅ ଅସହାୟ ହୋଇପଡିଥିଲେ । ତିନି ବର୍ଷ ତଳେ ମାଆ ରୋଗରେ ପ୍ରାଣ ହରାଇଥିବା ବେଳେ ବାପା ଦୁର୍ଯ୍ୟୋଧନ ଯକ୍ଷ୍ମାରେ ଚଳିତମାସରେ ମୃତ୍ୟୁ ବରଣ କରିଛନ୍ତି । ବାପା ମାଙ୍କୁ ହରାଇ ୩ଭାଇ ଭଉଣୀ ଅସହାୟ ହୋଇପଡିଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ସାଂସଦ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହେଯାଗର ହାତ ବଢାଇଛନ୍ତି ।

ଶ୍ରୀ ସାମନ୍ତ ତୁରନ୍ତ ସେମାନଙ୍କ ଚଳିବା ପାଇଁ ୫ହଜାର ଟଙ୍କା ନିଜ କର୍ମଚାରୀଙ୍କ ଜରିଆରେ ପଠାଇଛନ୍ତି । କିସ ଫାଉଣ୍ଡେସନ ସର୍ବଦା ଗରିବ ପିଲାମାନଙ୍କୁ ପାଠପଢା ପାଇଁ ସାହାଯ୍ୟ କରିଆସିଥାଏ । ଶ୍ରୀ ସାମନ୍ତଙ୍କ ପରାମର୍ଶକ୍ରମେ କିସ୍ ଫାଉଣ୍ଡେସନ ପକ୍ଷରୁ ଉକ୍ତ ଭାଇଭଉଣୀଙ୍କ ନାମ ସରକାରୀ ନିୟମ ଅନୁସାରେ କିସର କୈାଣସି ଶାଖାରେ ନାମ ଲେଖାଯିବ କିମ୍ବା ସେମାନଙ୍କର ପାଠପଢାର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ବର୍ତମାନ ସେମାନଙ୍କ ଚଳିବା ପାଇଁ ମାସିକ ୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ଅସମୟରେ କିସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସହାୟତାର ହାତ ବଢାଇଥିବାରୁ ୩ ଭାଇ ଭଉଣୀ କିସ ଫାଉଣ୍ଡେସନ ଓ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.