Below header

ପାନର ମହତ୍ତ୍ବ : ବିଘ୍ନ ଦୂର ହେବ, ମନସ୍କାମନା ପୂରଣ ହେବ

ହିନ୍ଦୁ ପୂଜା ପରମ୍ପରାରେ ପାନର ଭିନ୍ନ ଏକ ମହତ୍ବ ରହିଛି । ଦେବାଦେବୀମାନଙ୍କୁ ଭଙ୍ଗା ପାନ ଅପଣ କରାଯିବା ସହ ସତ୍ୟନାରାୟଣ ପୂଜାରେ ଗୋଟା ପାନ ଏବଂ ହୋମ ଯଜ୍ଞରେ ମଧ୍ୟ ଗୋଟା ପାନ ପୂଜାବିଧିରେ ଲାଗିଥାଏ । ତେବେ ଏହା ବାଦ୍ ମଧ୍ୟ ପାନ ଦ୍ବାରା ଅନେକ କିଛି ଲାଭ ମିଳିଥାଏ । ଆସନ୍ତୁ ଜାଣିବା ଏହାର ବ୍ୟବହାର ଦ୍ବାରା କିଭଳି ଘର ଓ ପରିବାରର ମଙ୍ଗଳ କରି ହେବ ।

ବେପାର ଭଲ ହେଉନଥିଲେ କଣ କରିବେ

ଯଦି ଆପଣ ପରିଶ୍ରମ କରିବା ସତ୍ତ୍ବେ ବ୍ୟବସାୟରେ ଲଗତର କ୍ଷତି ହେଉଛି ତେବେ ଗୋଟିଏ ଉପାୟ କରନ୍ତୁ । ଶନିବାର ଦିନ ପାଞ୍ଚଟି ତାଜା ଓସ୍ତପତ୍ର ଆଣି ସେଥିରେ ପାଞ୍ଚଟି ସଜ ପାନପତ୍ରକୁ ଗୁନ୍ଥି ଏକ ମାଳ କରନ୍ତୁ । ତେବେ ପତ୍ର ଗୁଡ଼ିକ ଯେଭଳି ଫଟା କିମ୍ବା ଚିରା ନଥିବ ସେଥିପ୍ରତି ଧ୍ୟାନ ଦେବେ । ଏହି ମାଳକୁ ଆପଣ ନିଜ ଅଫିସ୍ କିମ୍ବା ଦୋକାନର ପୂର୍ବ ଦିଗରେ ଏକ ପବିତ୍ର ସ୍ଥାନରେ ଟଙ୍ଗାଇ ଦିଅନ୍ତୁ । ପରବର୍ତ୍ତୀ ଶନିବାର ଦିନ ନୂଆ ମାଳ ଲଗାଇ ପୁରୁଣା ମାଳକୁ ପାଣି ସୁଅରେ ଭସାଇ ଦିଅନ୍ତୁ । ଏହିଭଳି ସାତଟି ଶନିବାର କରନ୍ତୁ । ନିଶ୍ଚୟ ଲାଭ ମିଳିବ ।

ମନସ୍କାମନା ପୂରଣ ପାଇଁ

ମନସ୍କାମନା ପୂରଣ ପାଇଁ ଶୁକ୍ରବାର ଦିନ ମା ଦୁର୍ଗଙ୍କ ପୂଜା ଆରାଧନା କରି ମିଠା ପାନ ଅର୍ପଣ କରନ୍ତୁ । ଲଗାତର ୭ଟି ଶୁକ୍ରବାର ଏଭଳି କଲେ ସୁଫଳ ମିଳେ ।

ବିଘ୍ନ ଦୂର ପାଇଁ

ଯଦି ଆପଣଙ୍କ ଜୀବନରେ ବାରମ୍ବାର ବାଧାବିଘ୍ନ ଘଟୁଛି ତେବେ ବୁଧବାର ଦିନ ଗଣେଶ ମନ୍ଦିରକୁ ଯାଇ ପାନରେ ସୁପାରୀ ଓ ଅଳେଇଚ ଦେଇ ଅର୍ପଣ କରନ୍ତୁ । ବାଧା ଦୂର ହେବ ।

ନଜର ଲାଗିଲେ

ଯଦି ପରିବାରର ମୁଖିଆଙ୍କ ଉପରେ କାହାର ଖରାପ ନଜର ପଡ଼ିଥାଏ ତେବେ ତାଙ୍କୁ ଭଲ କରିବା ପାଇଁ ପାନ ସହ ଗୋଲାପ ଫୁଲର ୭ଟି ପାଖୁଡ଼ା ରଖି ଖାଇବାକୁ ଦିଅନ୍ତୁ, ଭଲ ହୋଇଯିବେ ।

BETEL LEAF-2

ଘରେ ଅଶନ୍ତି ଥିଲେ

ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲେ କିମ୍ବା ରୋଗବୈରାଗ ହେଉଥିଲେ ଏଇ ଉପାୟ କରନ୍ତୁ । ଘରକୁ ସମ୍ପୂର୍ଣ୍ଣ ସଫାସୁତୁରା କରିବା ପରେ ଶୁଦ୍ଧ ଜଳରେ ଘରର ପ୍ରବେଶ ଦ୍ବାରକୁ ସଫା କରନ୍ତୁ । ଏହା ପରେ ସଜ ପାନପତ୍ରକୁ ପୂଜା କରି ଟାଙ୍ଗି ଦିଅନ୍ତୁ । ତା ପରଦିନ ଏହାକୁ ବାହାର କରି ନୂଆ ପାନପତ୍ର ଟାଙ୍ଗି ଦିଅନ୍ତୁ ।

କାର୍ଯ୍ୟ ସଫଳ ପାଇଁ

ପ୍ରତିଦିନ ବାହାରକୁ ଗଲା ବେଳେ ପକେଟରେ ଖଣ୍ଡିଏ ପାନପତ୍ର ରଖନ୍ତୁ । ଦେଖିବେ ଶୁଭ ହେବ । ଏହି କାମ ବୁଧବାରରୁ ଆରମ୍ଭ କରିବେ । ବୁଧବାର ଦିନ ପାନ ଖାଇଲେ ଶୁଭ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.