Below header

ଆଜି ହେବନି ଶ୍ରୀମନ୍ଦିର ଶୁଣାଣି

ପୁରୀ (କେନ୍ୟୁଜ୍) : ଆଜି ହେବନି ଶ୍ରୀମନ୍ଦିର ଶୁଣାଣି। ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କୁ ଆଉ ୪ ସପ୍ତାହ ସମୟ ମାଗିଲେ ଆମିକସ୍ୟୁରୀ। ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଏନେଇ ସମୟ ମାଗିଛନ୍ତି। ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀ ପକ୍ଷ ଓକିଲ ଶୁଭ୍ରାଂଶୁ ପାଢୀ ଏନେଇ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ । ସେସବୁ କ।ର୍ଯ୍ଯକ।ରୀ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସେହିପରି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଦେଶର ପ୍ରମୁଖ ଧର୍ମସ୍ଥଳ ପରିଦର୍ଶନ କରି ଦାଖଲ କରିଛନ୍ତି ସତ୍ୟପାଠ । ଏହା ବ୍ୟତୀତ ସେବାୟତଙ୍କ ପକ୍ଷରୁ ଖୁଣ୍ଟିଆ ନିଯୋଗ ମଧ୍ୟ ମାମଲାରେ ପକ୍ଷଭୁକ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.