ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୩୬ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା

ଭୁବନଶ୍ବର (କେନ୍ଯୁଜ୍) : ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ନବୋର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ର୍ବଷା ଆରମ୍ଭ ହୋଇଯାଇଛି । ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ର୍ବଷିବ । ବିଶଷକେରି ଆଜି ଓ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ପ୍ରବଳ ର୍ବଷାର ସମ୍ଭାବନା ରହିଛି । ସହେିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ର୍ବଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦବଗେଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ର୍ବଷା ହବେ । ୬ ତାରିଖ ର୍ପଯ୍ୟନ୍ତ ର୍ବଷା ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୬ଜିଲ୍ଲାର ଜିଲ୍ଲାପାଳଙ୍କୁ ର୍ସତକ ରହିବାକୁ ନିର୍ଦ୍ଦଶେ ଦେଇଛନ୍ତି SRC ବିଷ୍ଣୁପଦ ସେଠୀ।

ସେପଟେ ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଜିଲ୍ଲାରେ ମକଡ୍ରିଲ୍‌। ଅସ୍ତରଙ୍ଗ, ଗୋପାଳପୁର, ବାଲେଶ୍ୱର, ପାରାଦୀପରେ ମକଡ୍ରିଲ କରାଯାଉଛି। ୬ଟି ଉପକୂଳବର୍ତ୍ତୀ ୪୧ଟି ଗାଁରେ ଏଭଳି ମକଡ୍ରିଲ କରାଯାଉଛି। ଲୋକମାନେ କିଭଳି ନିଜର ଧନ ଜୀବନ ରକ୍ଷା କରିପାରିବେ ସେନେଇ ସତର୍କ କରାଯାଉଛି। ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଭେଙ୍କଟରାୟପୁର ଗାଁରେ ଏହି ମକଡ୍ରିଲ କରାଯାଉଛି। ଏଥିରେ ଆର୍ମି, ଅଗ୍ନିଶମ, କୋଷ୍ଟାଲଗାର୍ଡ ଓ ଓଡ୍ରାଫ୍‌ ଟିମ୍‌ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.