Below header

ଆପଣ କେବେ ଖାଇଛନ୍ତି କି କାଶ୍ମୀରୀ ରସୁଣ, ସାଧାରଣ ରସୁଣ ତୁଳନାରେ ହୋଇଥାଏ ଅଧିକ ଫାଇଦାଯୁକ୍ତ

ରସୁଣର ବ୍ଯବହାର ଭାରତର ପ୍ରତିଟି ରୋଷେଇ ଘରେ ବ୍ଯବହାର କରାଯାଏ। ଖାଦ୍ଯର ସ୍ବାଦକୁ ବଢାଇଥାଏ ରସୁଣ। ରସୁଣ ଖାଇବା ଦ୍ବାରା ସାଧାରଣତଃ ଥଣ୍ଡା, କାଶ ଇତ୍ଯାଦି ଭଲ ହୋଇଥାଏ। ସାଧାରଣ ରସୁଣ ତ ଆପଣମାନେ ସମସ୍ତେ ଦେଖିଥିବେ କିନ୍ତୁ କାଶ୍ମୀରୀ ରସୁଣ ବିଷୟରେ ଶୁଣିଛନ୍ତି କି ? କାଶ୍ମୀରୀ ରସୁଣକୁ ପାହାଡି ରସୁଣ ନାମରେ ଜଣାଶୁଣା। ଅଲଗା ଅଲଗା ସ୍ଥାନରେ ଏହାର ନାମ ଅଲଗା ଅଲଗା। ଏହା ଅନ୍ଯ ରସୁଣ ତୁଳନାରେ ବହୁତ ଛୋଟ ହୋଇଥାଏ। କିନ୍ତୁ ଏହା ଫାଇଦା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହେବେ।

କାଶ୍ମୀରୀ ରସୁଣ ଆୟୁର୍ବେଦ ଔଷଧ ମଧ୍ୟରେ ଅନ୍ଯତମ। ଯାହା ଆପଣ ପ୍ରତିଦିନ ଖାଇବା ଦ୍ବାରା ହାର୍ଟଜନିତ ସମସ୍ଯା ଦୂର ହୋଇଥାଏ। ଗଣ୍ଠିରେ ଯନ୍ତ୍ରଣା, ହାଡ ଦୁର୍ବଳ ହେବା ଇତ୍ଯାଦି ରୋଗକୁ ଭଲ କରିଥାଏ କାଶ୍ମୀର ରସୁଣ।

କାଶ୍ମୀରୀ ରସୁଣ କାଲେଷ୍ଟ୍ରୋଲ ଲେବଲକୁ ବଢିବାରୁ ରୋକିଥାଏ ଏବଂ କଣ୍ଟ୍ରୋଲ କରିଥାଏ। ତା’ ଛଡା ଯେଉଁ ଲୋକଙ୍କର ଡାଇବେଟିଜ ସମସ୍ଯା ରହିଥାଏ, ସେମାନେ ପ୍ରତିଦିନ କାଶ୍ମୀରୀ ରସୁଣ ଖାଇବା ଉଚିତ।

ଯେଉଁ ଲୋକଙ୍କର ଉଚ୍ଚ ରକ୍ତଚାପ ସମସ୍ଯା ରହିଥାଏ, ସେମାନେ କାଶ୍ମୀରୀ ରସୁଣ ସେବନ କରିବା ଉଚିତ। ଏହାଦ୍ବାରା ବ୍ଲଡ ସର୍କୁଲେସନ ଲେବଲ ଠିକ୍ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.