ଦୁନିଆର ପ୍ରଥମ ଦାମୀ ଭୂତଳ ହୋଟେଲ, ଉପଭୋଗର ରହିଛି ସମସ୍ତ ବ୍ୟବସ୍ଥା

ସାରା ଦୁନିଆରେ ଲୋକମାନେ ହୋଟେଲ ତଥା ରେସ୍ତୋରାଁକୁ ତାହାର ଉଚ୍ଚତାକୁ ନେଇ ଜାଣିଥାନ୍ତି। କିନ୍ତୁ ଆମେ ଆପଣଙ୍କୁ ଆଜି ଅଣ୍ଡରଗ୍ରାଉଣ୍ଡ ହୋଟେଲ ସମ୍ପର୍କରେ କହିବୁ। ଏହା ତାହାର ହାଇଟ ନୁହେଁ ବରଂ ଗଭୀରତାକୁ ନେଇ ବିଶ୍ୱ ପ୍ରସିଦ୍ଧ। ଏହି ହୋଟେଲ ଚୀନର ସଂଘାଇରେ ଅବସ୍ଥିତ । ସଂଘାଇର ଏହି ଅଣ୍ଡରଗ୍ରାଉଣ୍ଡ ହୋଟେଲକୁ ନେଇ ରହିଛି ଏବେ ସବୁଆଡେ ଚର୍ଚ୍ଚା।

ସଂଘାଇର ଏହି ହୋଟେଲର ଗଭୀରତା ୮୮ମିଟର। ଏହାର ନାମ InterContinental Shanghai Wonderland । ଏହା ଦୁନିଆର ପ୍ରଥମ ଅଣ୍ଡରଗ୍ରାଉଣ୍ଡ ହୋଟେଲ। ୨୦ ମହଲା ବିଶିଷ୍ଟ ଏହି ହୋଟେଲ ୨୦୧୮ ନଭେମ୍ବର ୨୦ରେ ନିର୍ମାଣ କରାଯାଇଥିଲା। ଏହାର ୧୬ଟି ମହଲା ଭୂମି ତଳେ ରହିଥିବା ବେଳେ ମାତ୍ର ଦୁଇଟି ଫ୍ଲୋର ଭୂମି ଉପରେ ରହିଛି। ତେବେ ଏହାର ସବୁଠୁ ତଳେ ଥିବା ୨ଟି ମହଲା ପାଣି ଭିତରେ ରହିଛି।

ହୋଟେଲଟି ତିଆରି ହେବା ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା। ଶେଷରେ ୨ହଜାର କୋଟି ଖର୍ଚ୍ଚ ବିନିମୟରେ ଛିଡ଼ା ହୋଇଥିଲା ଏହି ବିଳାସପୂର୍ଣ୍ଣ ହୋଟେଲ। ହୋଟେଲର ଡିଜାଇନ ବ୍ରିଟିଶ ଆର୍କିଟେକ୍ଟ ମାର୍ଟିନ ଜୋକମେନ କରିଥିଲେ। । ଏଠାରେ ରହିବା ପାଇଁ ଗୋଟେ ରାତିର ଭଡ଼ା ରହିଛି ୩୩ ହଜାର ଟଙ୍କା।

chaina
pc: Pxfuel

ହୋଟେଲରେ ୩୩୬ଟି ରୁମ ଥିବାବେଳେ ଫାଇଭ ଷ୍ଟାର ସୁବିଧା ଉପଲବ୍ଧ ଅଛି। ଏହା ସିମାଓ କ୍ୱାରୀ ନାମରେ ମଧ୍ୟ ବେଶ ଜଣାଶୁଣା। ଏହାର ପ୍ରତ୍ୟେକଟି ରୁମକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେଉଁଠି ଭିତରେ ରହି ଏହାର ବାହାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରାଯାଇପାରିବ।

ଏହି ହୋଟେଲ ସଂଘାଇର ସଙ୍ଗଜିଆଙ୍ଗରେ ରହିଛି ଯାହାର ଦୂରତା ସହରଠୁ ୫୦ କିଲୋମିଟର। ନ୍ୟାସନାଲ ଜିଓଗ୍ରାଫିକ ଏହାକୁ ଦୁନିଆର ସବୁଠୁ ଆକର୍ଷଣୀୟ ହୋଟେଲର ସଜ୍ଞା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.