ଟୋକିଓର ଅନୁଭୂତି ବଖାଣିଲେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱରରେ(କେନ୍ୟୁଜ୍‌) : ଭୁବନେଶ୍ୱରରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ । ଟୋକିଓର ଅନୁଭୂତି ବଖାଣିଲେ ଓ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ହକି ଟିମ ।

ପ୍ରଥମେ ମହିଳା ହକି ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସର ଅନୁଭୂତି କହିଥିଲେ । ଚତୁର୍ଥ ସ୍ଥାନରେ ରହିବା ସତ୍ତ୍ୱେ ବହୁତ ଭଲପାଇବା ମିଳିଛି ବୋଲି କହିଥିଲେ । ‘ଏବେ ବିଶ୍ୱକପ ଉପରେ ଟିମର ଫୋକସ୍ ରହିଛି । ସେହିପରି ପୁରୁଷ ହକି ଟିମ ବି ଅଲିମ୍ପିକ୍ସର ଅନୁଭୂତି ବଖାଣିଥିଲେ ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫଟୋ ସେସନ୍ ରହିଛି । ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ସମ୍ମାନିତ କରିବେ । ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଟିମ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଭୟ ଦଳକୁ ସ୍ୱାଗତ କରିଥିଲେ ।

ମନ୍ତ୍ରୀଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଖେଳାଳିଙ୍କୁ ବାଜା, ନାଚ ଓ ଗୀତରେ ସ୍ୱାଗତ କରିଥିଲା ଓଡ଼ିଶା । ରାସ୍ତା ଘାଟରେ ଛାଇ ଯାଇଛି ପୋଷ୍ଟର ଓ ବ୍ୟାନର । ଏୟାରପୋର୍ଟରୁ କଡା ସୁରକ୍ଷା ମଧ୍ୟରେ ବିଶାଳ ଶୋଭାଯାତ୍ରାରେ ହୋଟେଲ ଯାଏ ଯାଇଥିଲେ ଖେଳାଳୀମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.