କେଶକୁ ଲମ୍ବା ଏବଂ ମଜଭୁତ୍‌ କରିଥାଏ ଚାଉଳ ଓ ମେଥି, ଜାଣନ୍ତୁ କେମିତି କରିବେ ବ୍ୟବହାର

ହେୟାର ପ୍ରୋବ୍ଲେମ୍‌ ଏକ ଗମ୍ଭୀର ସମସ୍ୟା। ଯଦି ଆପଣଙ୍କୁ କେଶଜନିତ କୌଣସି ବି ସମସ୍ୟା ରହିଛି, ତ ଆଜି ଆମେ ଏହାର କିଛି ଖାସ୍‌ ଉପଚାର ବିଷୟରେ କହିବୁ। ସବୁ ଝିଅଙ୍କର ଲମ୍ବା ଓ ମଜଭୁତ କେଶ ପସନ୍ଦ। ଯଦି ଆପଣ ବି ଏଭଳି କେଶ ପାଇବାକୁ ଚାହୁଁଛନ୍ତି, ତ ଏଥିପାଇଁ ଚାଉଳ ଓ ମେଥିକୁ ବ୍ୟବହାର କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କର ଘନ ଓ ଲମ୍ବା କେଶ ପାଇବାର ସ୍ୱପ୍ନ ସାକାର ହୋଇପାରିବ।

ଉପାୟ

-ରାତିରେ ୨୫୦ ମିଲିଲିଟର ପାଣିରେ ୩ ଚାମଚ ମେଥି ଦାନାକୁ ଭିଜେଇ ରଖି ଦିଅନ୍ତୁ।

-ସକାଳେ ଅଧା କପ୍‌ ଚାଉଳରେ ଏକ କପ୍‌ ପାଣି ମିଶାଇ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ।

-ଏହାପରେ ଦୁଇଟି ଅଲଗା ଅଲଗା ପାତ୍ରରେ ଚାଉଳ ଓ ପାଣି ଏବଂ ମେଥି ଓ ପାଣିକୁ ଗ୍ୟାସ୍‌ ଉପରେ ରଖନ୍ତୁ।

-ଧିମା ଆଞ୍ଚରେ ଦୁଇଟି ହିଁ ଜିନିଷକୁ ୫ରୁ ୭ ମିନିଟ୍‌ ଯାଏ ରାନ୍ଧନ୍ତୁ।

-ଏହାପରେ ଚାଉଳ ଓ ମେଥି ପାଣିକୁ ଗୋଟିଏ ପାତ୍ରରେ ଛାଣି ନିଅନ୍ତୁ ଏବଂ ଗୋଟିଏ ଦିନ ପାଇଁ ଏହାକୁ ସେମିତି ହିଁ ରଖିବାକୁ ଦିଅନ୍ତୁ।

-ଦିନକ ପରେ କେଶକୁ ହାଲୁକା ଗରମ ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ। ଏବେ ଚାଉଳ ଓ ମେଥି ପାଣିକୁ କେଶ ଏବଂ କେଶ ମୂଳରେ ଲଗାଇ ୫ରୁ ୧୦ ମିନିଟ୍‌ ଯାଏ ମସାଜ କରନ୍ତୁ।

-ଏହାପରେ ଆପଣ ଶାଓ୍ଵର କ୍ୟାପ୍‌ ପିନ୍ଧି ନିଅନ୍ତୁ ଏବଂ ୧୫ରୁ ୨୦ ମିନିଟ୍‌ ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ।

ଫାଇଦା

ମଜଭୁତ କେଶ ପାଇଁ ଚାଉଳ ଓ ମେଥି ପାଣି ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା କମି ଯାଇଥାଏ। ଚାଉଳରେ କାର୍ବୋହାଇଡ୍ରେଟସ୍‌, ଫେରୁଲିକ୍‌ ଏସିଡ୍‌, ଭିଟାମିନ୍‌ ଏ, ସି, ଡି ଏବଂ ଭିଟାମିନ ଇ ରହିଥାଏ, ଯାହାକି କେଶକୁ ମଜଭୁତ ବନାଇବା ସହିତ ମୁଲାୟମ ଓ ଚମକଦାର କରିଥାଏ। ସେହିପରି ମେଥି ମଧ୍ୟ ବେଶ ଲାଭକାରୀ ହୋଇଥାଏ। କାରଣ ମେଥି ଦାନାରେ ଫଲିକ୍‌ ଏସିଡ୍‌, ପୋଟାସିୟମ, ପ୍ରୋଟିନ, କ୍ୟାଲସିୟମ, ଆୟରନ, ଭିଟାମିନ ଏ, କେ, ସି ରହିଥାଏ, ଯାହାକି କେଶକୁ ପୋଷଣ ଦେଇ ଭ୍ୟାମେଜ୍‌ ହେବାରୁ ବଞ୍ଚାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.