ତାଲିବାନ ପ୍ରସ୍ତୁତ କରିଛି ‘Kill List’, ଆଫଗାନି ସରକାରଙ୍କୁ ସମର୍ଥନ କରିଥିବା ପ୍ରତିଟି ବ୍ଯକ୍ତିଙ୍କୁ ମାରିବା ପାଇଁ ଚାଲିଛି ଖୋଜା

ତାଲିବାନ, ନାଁ ଶୁଣିଲେ ଥରି ଉଠୁଛନ୍ତି ଆଫଗାନୀବାସୀ। ଆଫଗାନୀସ୍ତାନର ରାଜଧାନୀ କାବୁଲ ଉପରେ କବ୍ଜା କରିବା ପରେ ତାଲିବାନୀଙ୍କ ପ୍ରଥମ ମିଶନ ଏବେ ସେହି ଲୋକଙ୍କୁ ଖୋଜି ଖୋଜି ମାରିବା ପାଇଁ ଲକ୍ଷ୍ଯ ରଖିଛି। ଯେଉଁମାନେ ଆମେରିକା ସେନା ଆଉ ଆଫଗାନି ସରକାରଙ୍କୁ ସମର୍ଥନ କରିଥିଲେ ସେମାନଙ୍କ କିଲ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି। ଆଉ ସେମାନଙ୍କ ଘର ଘରକୁ ଯାଇ ସେହି ଲୋକଙ୍କୁ ସନ୍ଧାନ କରୁଛି। ୨୦ ବର୍ଷ ପରେ କ୍ଷମତାକୁ ଫେରିଥିବା ତାଲିବାନ ସେମାନଙ୍କୁ ଦଣ୍ଡ ଦେବାକୁ ଚାହୁଁଛି, ଯେଉଁମାନେ ସେମାନଙ୍କ ବିରୋଧରେ ଯାଇ ଆମେରିକା ସେନାକୁ ସାହାଯ୍ଯ କରିଥିଲେ।

ରିପୋର୍ଟ ଅନୁସାରେ, ରାଜଧାନୀ କାବୁଲରେ ତାଲିବାନ ଘର ଘରକୁ ବୁଲି ଆମେରିକା ସେବାକୁ ସାହାଯ୍ଯ କରିଥିବା ବ୍ଯକ୍ତିଙ୍କ ସନ୍ଧାନ କରୁଛି। ଏଥିରେ ପୋଲିସ, ସେନା, ସରକାରୀ ଅଧିକାରୀ, ବିଦେଶୀ ଏନଜିଓ ସହିତ ଜଡିତ କାର୍ଯ୍ଯକତ୍ତା ଏବଂ ପତ୍ରକାର ମଧ୍ୟ ସାମିଲ ରହିଛନ୍ତି। କାବୁଲରେ ଫସିଥିବା ‘ରେଡିଓ ଫ୍ରି ୟୁରୋ’ର ସମ୍ବାଦଦାତା ସୈୟଦ ମୁସ୍ତଫା କାଜମୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ, ତାଲିବାନ ସେହି ମହିଳାମାନଙ୍କ ଲିଷ୍ଟ ମଧ୍ୟ ତିଆରି କରିଛି, ଯେଉଁମାନେ ସରକାର ଏବଂ ମିଡିଆ ସହିତ କାମ କରୁଛନ୍ତି। କାବୁଲର ସଡକରେ ତାଲିବାନୀ ଆତଙ୍କ ଦେଖିବାକୁ ମିଳିଛି ଆଉ ପ୍ରତିଟି ଗତିବିଧି ଉପରେ ନଜର ରଖିଛି ତାଲିବାନ। ସମସ୍ତଙ୍କୁ ପଚରାଉଚରା ସହଛାନଭିନ ମଧ୍ୟ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.