ପ୍ରଥମେ କାବୁଲକୁ କଲେ କବ୍‌ଜା, ଏବେ ପିଲାଙ୍କ ପାର୍କରେ ମସ୍ତି କରୁଥିବାର ନଜର ଆସିଲେ ତାଲିବାନୀ; ଦେଖନ୍ତୁ ଭାଇରାଲ ଭିଡିଓ

ଆଫ୍‌ଗାନିସ୍ତାନକୁ ତାଲିବାନ କବ୍‌ଜା କରି ନେବା ପରେ ସେଠାରେ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାଉଛନ୍ତି। ଏମିତିରେ ଭାରତର କିଛି ଲୋକ ବି ଆଫ୍‌ଗାନିସ୍ତାନରେ ଫସି ରହିଥିଲେ, ଯେଉଁମାନଙ୍କୁ ଉଦ୍ଧାର କରି ନିଆଯାଇଛି। ଗୋଟିଏ ପଟେ ଯେଉଁଠି ଲୋକେ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି, ସେଠି ଅନ୍ୟପଟେ ତାଲିବାନର ଲଢ଼ୁଆମାନେ ମସ୍ତି କରୁଥିବାର ନଜର ଆସୁଛନ୍ତି।

ଏବେ ତାଲିବାନୀମାନଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସେମାନେ ପିଲାଙ୍କ ମନୋରଞ୍ଜନ ପାର୍କରେ ଖେଳୁଥିବାର ଦେଖିବାକୁ ମିଳୁଛନ୍ତି। ହାତରେ ବନ୍ଧୁକ ଧରି ତାଲିବାନୀମାନେ ଛୋଟ ଇଲେକ୍ଟ୍ରିକ୍‌ କାର୍‌ ଚଲାଉଛନ୍ତି। ସେଠି ଆଉ ଏକ ଭିଡିଓରେ ଘୋଡ଼ାରେ ବସି ଯାଉଥିବାର ବି ନଜର ଆସିଛନ୍ତି।

taliban22
photo: Insider Paper

ଭିଡିଓରେ ଆପଣ ଦେଖିପାରିବେ କି, କାବୁଲକୁ କବ୍‌ଜା କରି ନେବା ପରେ ତାଲିବାନୀମାନେ କିଭଳି ଭାବେ ମସ୍ତି କରୁଛନ୍ତି। ଭିଡିଓଟି କାବୁଲର ଏକ ମନୋରଞ୍ଜନ ପାର୍କର। ତେବେ ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନ ଶାସନ ଆରମ୍ଭ ହୋଇଛି।

video courtesy: Breaking News and Viral Videos

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.