Below header

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସିଡି କିପରି ହେବା ଉଚିତ

ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ ଅଂଶରେ କିଛି ନା କିଛି ନିୟମ ରହିଛି। ଯାହା ପାଳନ କରିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ଆସିଥାଏ। ସେହିପରି ବାସ୍ତୁଶାସ୍ତ୍ରରେ ଘରର ସିଡି ପାଇଁ କିଛି ନିୟମ ରହିଛି, ଯାହା ନିୟମ ନିଶ୍ଚିନ୍ତ ପାଳନ କରିବା ଉଚିତ। ନିୟମ ଅନୁଯାୟୀ ଘରର ସିଡି ଉତ୍ତର- ଦକ୍ଷିଣ କିମ୍ବା ପୂର୍ବ-ପଶ୍ଚିମ ଦିଗରେ କରିବା ଉଚିତ। ଯେଉଁ ଲୋକମାନେ ପୂର୍ବ ଦିଗରେ ସିଡି ତିଆରି କରୁଛନ୍ତି ସେମାନେ ଯେପରି ସିଡି ପୂର୍ବ ଦିଗର କବାଟକୁ ଲାଗି ରହିନଥିବ ସେଥିପ୍ରତି ଧ୍ୟାନ ଦେବା ଉଚିତ। ସିଡି ତିଆରି କରିବା ପାଇଁ ଦକ୍ଷିଣ ଏବଂ ପଶ୍ଚିମ ଦିଗ ଉତ୍ତମ ହୋଇଥାଏ। ଏହି ଦିଗରେ ସିଡି ହେବା ଦ୍ୱାରା ଘର ପ୍ରଗତି ଏବଂ ଅଗ୍ରସର ହେଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଉତ୍ତର-ପୂର୍ବ କିମ୍ବା ଐଶ୍ୱାନ କୋଣରେ ସିଡି ତିଆରି କରିବା ଅନୁଚିତ। ଏହାଦ୍ୱାରା ଆର୍ଥିକ କ୍ଷତି ହେବା ସହ ସ୍ୱାସ୍ଥ୍ୟରେ ସମସ୍ୟା, ଚାକିରୀ ଏବଂ ବ୍ୟବସାୟରେ ସମସ୍ୟା ଦେଖାଯାଇଥାଏ। ଏହି ଦିଗରେ ସିଡି ତିଆରି କରିବା ଅବନତିର ପ୍ରତିକ ହୋଇଥାଏ।

privacy-entranceଯେଉଁ ଲୋକମାନେ ନିଜେ ଗ୍ରଉଣ୍ଡ ଫ୍ଲୋରରେ ରହିଥାନ୍ତି ଏବଂ ପ୍ରଜାମାନଙ୍କୁ ଉପର ମହଲାରେ ରଖିଥାନ୍ତି ତେବେ ସେହି ବ୍ୟକ୍ତିମାନେ ମୁଖ୍ୟ ଦ୍ୱାର ସମ୍ମୁଖରେ ସିଡି ତିଆରି କରିବା ଅନୁଚିତ। ବାସ୍ତୁ ବିଜ୍ଞାନ ଅନୁଯାୟୀ ଏହାଦ୍ୱାରା ପ୍ରଜା ଦିନକୁ ଦିନ ଉନ୍ନତି କରିବାକୁ ଲାଗିବେ ଏବଂ ମାଲିକଙ୍କ ସମସ୍ୟା ବଢିବାକୁ ଲାଗିବ।

ଏହାସହ ପଢନ୍ତୁ: ଅର୍ଥ ଅଭାବକୁ ନେଇ ଚିନ୍ତିତ ରହୁଛନ୍ତି କି ? ଚୁପଚାପ୍‌ କର୍ପୂରରେ କରନ୍ତୁ ଏହି କାମ, ଜଲଦି ମିଳିବ ଫାଇଦା

ଜାଣନ୍ତୁ କିପରି ଦୂର ହେବ ସିଡିର ବାସ୍ତୁଦୋଷ:

-ସିଡିର ଆରମ୍ଭ ଏବଂ ଶେଷରେ ଦ୍ୱାର ତିଆରି କରନ୍ତୁ।

-ସିଡି ତଳେ ଜୋତା, ଚପଲ କିମ୍ବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ।

-ମାଟି ପାାତ୍ରରେ ବର୍ଷା ଜଳି ରଖି ତାକୁ ଘୋଡାଇ ସିଡି ତଳେ ଥିବା ମାଟିରେ ପୋତି ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.