Below header

ଝଟପଟ ବନାନ୍ତୁ ପନିର୍ ଲଡୁ, ସ୍ବାଦ ଲାଗିବ ନୂଆ

କିଛି ଲୋକଙ୍କୁ ମିଠା ଖାଇବାକୁ ବହୁତ ଭଲ ଲାଗିଥାଏ। ସେଥିପାଇଁ ଆପଣଙ୍କୁ ମିଠାର ଅନେକ ଡିସ ଖାଇବାକୁ ପସନ୍ଦ କରନ୍ତି। ଆପଣଙ୍କୁ ଯଦି ଲଡୁ ଖାଇବାକୁ ବହୁତ ପସନ୍ଦ ତେବେ ଆପଣଙ୍କୁ ଆଜି ଆମେ ଏକ ଲଡୁର ପ୍ରସ୍ତୁତି ସମ୍ପର୍କରେ କହିବାକୁ ଯାଉଛୁ।

ଆବଶ୍ୟକୀୟ ସାମଗ୍ରୀ

-୨୦୦ଗ୍ରାମ ପନିର୍

-୧୦୦ ଗ୍ରାମ ନଡ଼ିଆ କୋରା

-୨ ଚାମଚ ଅଖରୋଟ୍

-୨ ଟେବୁଲ୍ ଚାମଚ ପିସ୍ତା (କଟା ହୋଇଥିବା)

-୨ ଟେବୁଲ୍ ଚାମଚ ବାଦାମ

-ଅଳ୍ପ କିଛି କିସମିସ

-୮ଟି ଗୁଜରାତି

-୧ କପ୍ ଖିର

-୫୦୦ଗ୍ରାମ ଚିନି

– ଡ୍ରାଏ ଫୁଡସ୍ (ସଜାଇବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

ପନିରକୁ ପୁରା ଗ୍ରାଇଣ୍ଡିଙ୍ଗ୍ କରି ଗୁଣ୍ଡ କରନ୍ତୁ । ଗ୍ୟାସକୁ ଧିମା ଆଂଚରେ ରଖି ଏକ କରେଇରେ ପନିର୍, ନଡ଼ିଆ ଓ ଖିର ପକାଇ ଭଲ ଭାବେ ମିଶାନ୍ତୁ । ଧ୍ୟାନ ରଖିବେ ଯେପରି କରେଇରେ ଏହା ଲାଗିବ ନାହିଁ । ମିଶ୍ରଣଟି ଗାଢା ହୋଇ ଆସିଲେ ସେଥିରେ କିସମିସ୍, ବାଦାମ୍, ପିସ୍ତା ଓ ଅଖରୋଟ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାକୁ ୨-୩ ମିନିଟ୍ ରଖିବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ସମାନ୍ୟ ଉଷୁମ ଥିବା ଅବସ୍ଥାରେ ଏହି ମିଶଣରୁ ଅଳ୍ପ ଅଳ୍ପ ନେଇ ଲଡ଼ୁ ପ୍ରସ୍ତୁତ କରନ୍ତୁ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଲଡ଼ୁଗୁଡ଼ିକ ଉପରେ ଆଉ କିଛି ଡ୍ରାଏଫୁଡସ ପକାଇ ସଜାନ୍ତୁ । ଏହାପରେ ପ୍ରସ୍ତୁତ ହୋଇ ଯାଇଛି ଆପଣଙ୍କ ସ୍ବାଦିଷ୍ଟ ପନିର୍ ଲଡ଼ୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.