ଆପଣ ଯିଦି ଜଙ୍ଗଲ ଅଞ୍ଚଳରେ ଗାଡି ପାର୍କିଙ୍ଗ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ କାରଣ ଆପଣଙ୍କ ଅଜାଣତରେ କାର ଇଞ୍ଜିନ ଭିତରେ ସାପ ପାଶିଯାଇପାରନ୍ତି। ଏମିତି ଏକ ଘଟଣା ଘଟଛି ଆନ୍ଧ୍ରପ୍ରଦେଶର ତିରୁମାଲା ସହରରେ । ଏକ ଟ୍ୟାକ୍ସିର ଇଞ୍ଜିନରେ ୮ ଫୁଟର ଏକ ବିଷଧର ସାପ ପଶିଯାଇଥିବାର ଡ୍ରାଇଭର ଦେଖିବାକୁ ପାଇଥିଲେ। ପରେ ଡ୍ରାଇଭର ଜଣକ ବନ ବିଭାଗକୁ ଫୋନ କରି ସାପଟିକୁ ଧରିବା ପାଇଁ ଅନୁରୋଧ କରିଥିଲ।
ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଗାଡିରୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀଙ୍କ କହିବା ମୁତାବକ ଗାଡିଟି କେଉଁ ଜଙ୍ଗଲ ରାସ୍ତାରେ ପାର୍କିଙ୍ଗ କରିଥିବା ସମୟରେ ସାପଟି ଗାଡିର ଇଞ୍ଜିନ ଭିତରକୁ ଚାଲିଆସିଥିଲା। ତେବେ ସାପଟିକୁ ଉଦ୍ଧାର କରିବା ପରେ ବନ ବିଭାଗ ଜଙ୍ଗଲରେ ଛାଡିଦେଇଛି ।