Below header

ବ୍ୟବହାର କରୁଛନ୍ତି କି ଏହି ସ୍ମାର୍ଟ ଫୋନ, ତେବେ ଜାଣନ୍ତୁ ଆପଣଙ୍କ ମୋବାଇଲ୍ ରୁ କେବେ ବନ୍ଦ ହେଉଛି ‘ହ୍ବାଟସ୍ଆପ୍’

ଦୁନିଆର ସବୁଠାରୁ ବଡ ଇଣ୍ଟରନେଟ ମେସେଜ୍ ଆପ ‘ହ୍ବାଟସ୍ଆପ୍’ ପୁଣି ଥରେ କିଛି ଫୋନରେ ସେବା ବନ୍ଦ କରିବା ପାଇଁ ଘୋଷଣା କରିଛି। କମ୍ପାନୀ କହିବା ଅନୁଯାୟୀ ୧ ଫେବୃଆରୀ ୨୦୨୦ ରୁ ଆଣ୍ଡ୍ରୋୟେଡ୍ ଭର୍ସନ ୨,୩,୭ ଭଳି ସ୍ମାର୍ଟ ଫୋନ ଏବଂ ଆଇଓଏସ ୭ ଭଳି ଆଇଫୋନରେ ହ୍ବାଟସ୍ଆପ୍ କାମ କରିବ ନାହିଁ। କିନ୍ତୁ ଏହା ଦ୍ବାରା ୟୁଜର୍ସଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ କାରଣ ଅଧିକାଂଶ ୟୁଜର୍ସଙ୍କ ପାଖରେ ନୂଆ ଫୋନ ରହିଛି। ସେହିପରି ଆଣ୍ଡ୍ରୋୟେଡ୍ ର କିଟକାଟ୍ କିମ୍ବା ୪.୦.୩ ଭର୍ସନ ବା ଏହାଠାରୁ ଅଦିକ ଭର୍ସନ ସ୍ମାର୍ଟ ଫୋନରେ ହ୍ବାଟସ୍ଆପ୍ ସେବା ଉପଲବ୍ଧ ରହିବ। କିନ୍ତୁ ଏହାଠାରୁ କମ ଭର୍ସନ ସ୍ମାର୍ଟ ଫୋନ ୟୁଜର୍ସମାନେ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେ ନାହିଁ।

picଯଦି ଆପଣ ଏବେ ମଧ୍ୟ ୱିଡୋଜ୍ ଫୋନରେ ହ୍ବାଟସ୍ଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ଖରାପ ସୂଚନା। ହ୍ବାଟସ୍ଆପ୍ କମ୍ପାନୀ ଘୋଷଣା କରିସାରିଛି ଚଳିତ ବର୍ଷ ଶେଷ ମଧ୍ୟରେ ସମସ୍ତ ୱିଡୋଜ୍ ଫୋନରେ ହ୍ବାଟସ୍ଆପ୍ ସେବା ବନ୍ଦ ହୋଇଯିବ। ଅଧିକାରୀଙ୍କ କହିବା ଅନୁଯାୟୀ ୩୧ ଡିସେମ୍ବର ୨୦୧୯ ପରେ କୌଣସି ଭି ୱିଡୋଜ୍ ଫୋନରେ ହ୍ବାଟସ୍ଆପ୍ କାମ କରିବ ନାହିଁ। ସୂଚନା ଅନୁଯାୟୀ ଏହା ପୂର୍ବରୁ କମ୍ପାନୀ ନୋକିଆ ସ୍ୟାମବିଆନ ଏସ୍ ୬୦ ରେ ୩୦ ଜୁନ୍ ୨୦୧୭, ବ୍ଲାକବେରୀ ଓଏସ୍ ଏବଂ ବ୍ଲାକବେରୀ ୧୦ ରେ ୩୧ ଡିସେମ୍ବର ୨୦୧୭, ନୋକିଆ ଏସ ୪୦ ରେ ୩୧ ଡିସେମ୍ବର ୨୦୧୮ ପରେ ସେବା ବନ୍ଦ କରିଦିଆଯାଇଛି।
କିନ୍ତୁ ଏହାର ଅର୍ଥ ନୁହେଁ ଏହି ସ୍ମାର୍ଟ ଫୋନରେ ସେବା ବନ୍ଦ ହେବା ପରେ ହ୍ବାଟସ୍ଆପ୍ କାମ କରିବ ନାହିଁ। ସେବା ବନ୍ଦ ହେବା ପରେ ମଧ୍ୟ ଆପଣ ହ୍ବାଟସ୍ଆପ୍ ବ୍ୟବହାର କରିପାରିବେ। କିନ୍ତୁ କୌଣସି ବଗ୍ ଆସିଲେ କମ୍ପାନୀ ସେଥିପାଇଁ ଅପଡେଟ ଜାରି କରିପାରିବ ନାହିଁ। ଏଥିସହ ଆପଣଙ୍କୁ କୌଣସି ନୂଆ ଅପଡେଟ୍ ମଧ୍ୟ ମିଳିପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.