ଗଞ୍ଜାମ : କାହାର ଏ କାର ? ଦୁଘର୍ଟଣା ଘଟିବା ପରେ ଚାଳକ ଫେରାର୍

ଗଞ୍ଜାମ (କେନ୍ୟୁଜ୍) : ପାଟପୁର ଥାନା ଅନ୍ତର୍ଗତ ହରିଣା ନାଳ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଡେଙ୍ଗାଓସ୍ତା ପଟୁ ପାଟପୁର ଅଭିମୁଖେ ବିଳମ୍ବିତ ରାତିରେ କାର୍ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରା ଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି ନା ନାହିଁ ତାହା ଜଣାପଡିନାହିଁ। ଖବର ଶୁଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସୁରାକ୍ ମିଳି ପାରିନାହିଁ। ଦୁର୍ଘଟଣା ଘଟିବା ପରେ ଚାଳକ ଆହତ କିମ୍ବା ସୁସ୍ଥ ଅଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.