Below header

ପାନୀୟ ଜଳ ସମସ୍ୟା ନେଇ ହରିଚନ୍ଦନପୁର ବ୍ଲକ ଘେରିଲେ କୁସୁମଯୋଡି ଗ୍ରାମବାସୀ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୁର୍ଗମ ଗ୍ରାମ କୁସୁମଯୋଡିର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବରେଇଗୋଡା ଗ୍ରାମପଞ୍ଚାୟତର କୁସୁମଯୋଡି ଗ୍ରାମର ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହି ସମସ୍ଯା ନେଇ ପୂର୍ବରୁ ମଧ୍ୟ ଏହି ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ କୌଣସି ସୁଫଳ ପାଇନଥିଲେ । ଉକ୍ତ ଗ୍ରାମ ନିକଟରେ କିଛି ଦିନ ପୂର୍ବରୁ ଏକ ଓଭରହେଡ୍ ପାଣିଟାଙ୍କି ନିର୍ମିତ କରାଯାଇ ଦୂରରେ ଅବସ୍ଥିତ ସାହି ଗୁଡ଼ିକୁ ଜଳ ଯୋଗାଣ କରାଯାଇଥିଲା । ହେଲେ ଦୀପ ତଳ ଅନ୍ଧାର ଭଳି ନିକଟରେ ଥିବା କୁସୁମଯୋଡି ଗ୍ରାମର ହାତୀଗିର୍ଦ୍ଦା ସାହିବାସୀ ଜଳଯୋଗାଣରୁ ବଞ୍ଚିତ ହୋଇରହିଛନ୍ତି । ଫଳରେ ଉକ୍ତ ସାହିର ଶତାଧିକ ମହିଳା ପୁରୁଷ ଏକତ୍ରିତ ଭାବେ ବ୍ଲକ କାର୍ଯ୍ୟାଳୟ ଘେରିବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୭ଦିନ ମଧ୍ୟରେ ହାତୀଗିର୍ଦ୍ଦା ସାହିରେ ନଳକୂପ ଖନନ କରିବା ନିମନ୍ତେ ବିଡିଓ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.