ଗଭୀର ଘାଇକୁ ଖସିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ମିନି ବସ୍ : ୧୧ ମୃତ, ୭ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀର ଶୋପିଆ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ମିନିବସ ଘାଇରେ ଖସି ପଡିବାରୁ ୧୧ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୯ ଜଣ ଝିଅ। ଦୁର୍ଘଟଣାରେ ଅନ୍ୟ ସାତ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।

ସୂଚନା ଅନୁଯାୟୀ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ଛାତ୍ରୀ ଥିଲେ। ଏମାନେ ନିକଟସ୍ଥ କମ୍ପ୍ୟୁଟର ସଂସ୍ଥାରେ କୋଚିଂ ନିଅନ୍ତି। କୁହାଯାଉଛି ଯେ କୋଚିଂ ପକ୍ଷରୁ ଆୟୋଜିତ ଏକ ଟ୍ରିପରେ ଯାଉଥିଲେ ଛାତ୍ରଛାତ୍ରୀ। ମିନି ବସଟି ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବାବେଳେ ଏକ ଘାଇରେ ଖସି ପଡିଲା। ଫଳରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ମୃତ୍ୟୁ ଘଟିଛି।

injuredପୋଲିସ ଅନୁଯାୟୀ ବସଟି ଦ୍ରୁତ ଗତିରେ ଚାଲୁଥିବାରୁ ଏହି ଦୁର୍ଘଟଣା ଘଟିଛି। ବସ ପ୍ରଥମେ ଡିଭାଇଡରକୁ ବାଡେଇବା ପରେ ଘାଇରେ ଖସି ପଡିଥିଲା। ଦୁର୍ଘଟଣା ପରେ ଏଫଆଇଆର ରୁଜୁ କରାଯାଇଛି ଏବଂ ଶୋପିଆ ପ୍ରଶାସନ ଦ୍ବାରା ଏହାର ଯାଞ୍ଚ ମଧ୍ୟ କରାଯାଉଛି।

ତେବେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ଘଟଣାରେ ଦୁଃଖ ପ୍ରକାଶ କରି ମ୍ରୁତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.