Below header

ସକାଳୁ ଉଠିଲା ମାତ୍ରକେ ହେଉଛି କି ଛିଙ୍କ ? ଏହି ଘରୋଇ ଉପାୟ ଦ୍ୱାରା ଚୁଟକିରେ ହେବ ସମସ୍ୟା ଦୂର

ଋତୁ ପରିବର୍ତ୍ତନ ହେବା ସହିତ ଥଣ୍ଡା ଜ୍ୱର ଛିଙ୍କ ସମସ୍ୟା ବି ଆସିଯାଏ। ଥଣ୍ଡା ଜ୍ୱର ବହୁତ ସହଜରେ ଲୋକଙ୍କୁ ପ୍ରଭାବିତ କରିପାରେ। କିନ୍ତୁ ଏହି କରୋନା କାଳରେ ଥଣ୍ଡା ଜ୍ୱର ସମସ୍ୟାକୁ ହାଲକାରେ ନେବା ଆପଣଙ୍କୁ ଭାରି ପଡିପାରେ। ସମୟ ଭିତରେ ହିଁ ଆପଣ ଏହାର ଚିକିତ୍ସା କରାଇନିଅନ୍ତୁ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଚିକିତ୍ସା ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣ ତୁରନ୍ତ ଏଥିରୁ ଆରାମ ପାଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଉପଚାର।

ନୀଳଗିରି ତେଲ ସାହାଯ୍ୟରେ ଆପଣ ଥଣ୍ଡା-ଜ୍ୱରରୁ ମୁକ୍ତି ପାଇପାରିବେ। ଥଣ୍ଡା ଜ୍ୱରରୁ ଛୁଟକାରା ପାଇବା ପାଇଁ ନୀଳଗିରି ତେଲର ଗୋଟିଏ କିମ୍ବା ଦୁଇ ବୁନ୍ଦା ପାଣିରେ ଏହାକୁ ପକାଇ ଦିଅନ୍ତୁ। ଏହାପରେ ଏହି ପାଣିରେ ବାମ୍ଫ ନିଅନ୍ତୁ। ଏହି ପାଣିରେ ବାମ୍ଫ ନେବା ଦ୍ୱାରା ଥଣ୍ଡା ଜ୍ୱରରୁ ତୁରନ୍ତ ଉପଷମ ମିଳିବ।

adaଥଣ୍ଡା,ଜ୍ୱର,କାଶ ଓ ଛିଙ୍କ ସମସ୍ୟାରେ ମହୁ, ଡାଲଚିନି ଏବଂ ଅଦା ଚା’ ବହୁତ ଫାଇଦାମୂଳକ ହୋଇଥାଏ। ଥଣ୍ଡା ଜ୍ୱରରେ ଆପଣ ଏହି ଚା’କୁ ଦିନରେ ଦୁଇ ତିନି ଥର କରି ପିଇପାରିବେ। ଏହି ଚା’ କୁ ପିଇବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ଚୁଟକିରେ ଦୂର ହୋଇଯିବ।
ତୁଳସୀରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଥଣ୍ଡା ଜ୍ୱର ସମସ୍ୟାରୁ ଆରାମ ପାଇବାକୁ ଚାହୁଁଥିଲେ ତୁଳସୀ କାଢ଼ାର ସେବନ ନିଶ୍ଚୟ କରିବା ଉଚିତ। ତୁଳସୀର କାଢ଼ା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଥଣ୍ଡା ଜ୍ୱର ସମସ୍ୟାରେ ଆପଣ ଦିନରେ ଦୁଇ କିମ୍ବା ୩ ଥର କାଢ଼ା ପିଇପାରିବେ।

fruitଥଣ୍ଡା ଜ୍ୱର ସମସ୍ୟାରେ ଆପଣ ସୀମିତ ମାତ୍ରାରେ ଖଟା ଫଳ ଖାଇପାରିବେ। ସୀମିତ ମାତ୍ରାରେ ଖଟା ଫଳକୁ ସେବନ କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ଆରାମ ମିଳିଥାଏ। ଖଟା ଫଳରେ ଭିଟାମିନ ସି ବହୁତ ମାତ୍ରାରେ ମିଳିଥାଏ। ଏହା ଇମ୍ୟୁନ ସିଷ୍ଟମକୁ ମଜବୁତ୍‌ କରିବାରେ ସହାୟକ ହୋଇଥାଏ। ଥଣ୍ଡା ଜ୍ୱରରେ ଅଧିକ ମାତ୍ରାରେ ଖଟା ଫଳର ସେବନ ନିଶ୍ଚୟ କରନ୍ତୁ।

ହଳଦି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଥଣ୍ଡା ଜ୍ୱର ଦୂର କରିବା ପାଇଁ କ୍ଷୀରରେ ହଳଦି ମିଶାଇ ପିଅନ୍ତୁ। ହଳଦି ବାଲା କ୍ଷୀରକୁ ପିଇବା ଦ୍ୱାରା ଆପଣଙ୍କ ଥଣ୍ଡା ଜ୍ୱର ତୁରନ୍ତୁ ଭଲ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.