କେବେବି ଖାଇନଥିବେ ଏହିପରି ସ୍ୱାଦିଷ୍ଟ ରସୁଣ ଚଟଣି

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏପରି ରେସିପି ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ପାଟିରେ ପାଣି ଆସିଯିବ । ସାଧାରଣତଃ ଖାଇବା ସମୟରେ ଆଚାର, ପାମ୍ପଡ଼ କିମ୍ବା ଚଟଣି ମିଳିଗଲେ ଖାଦ୍ୟର ସ୍ୱାଦ ଦୁଇଗୁଣା ହୋଇଯାଇଥାଏ । ଏହି ସ୍ୱାଦ ଆହୁରି ଅଧିକ ବଢ଼ିଯାଇଥାଏ ଯେତେବେଳେ ଚଟଣି ରସୁଣର ହୋଇଥାଏ । ସାଧାରଣ ଖାଦ୍ୟ ବ୍ୟତୀତ ଆପଣ ଏହାକୁ ସ୍ୟାଣ୍ଡୱିଚ ଓ ବ୍ରେଡ ସହିତ ମଧ୍ୟ ଖାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଇଥାଏ ରସୁଣରେ ଏହି ସ୍ୱାଦିଷ୍ଟ ଚଟଣି ।

ରସୁଣ ଚଟଣି ପାଇଁ ଆବଶ୍ୟକୀୟ ସାମଗ୍ରୀ

ରସୁଣର କିଛି ପାଖୁଡା, ବାଦାମ ୩ ଚାମଚ, ଶୁଖିଲା ନଡ଼ିଆ ଖଣ୍ଡ ୩ ଚାମଚ, ଲଙ୍କା ପାଉଡର ଏବଂ ଲୁଣ ସ୍ବଦାନୁସାରେ

Related image
ଏହାସହ ପଢନ୍ତୁ ସ୍ୱାସ୍ଥ୍ୟପାଇଁ ଏତେମାତ୍ରାରେ ଲାଭଦାୟକ ହୋଇଥାଏ ଚଟଣୀ, ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରସ୍ତୁତି ପ୍ରଣାଳୀ

ରସୁଣ ଚଟଣି ବନାଇବା ପାଇଁ ପ୍ରଥମେ ରସୁଣରୁ ଚୋପାକୁ ଭଲଭାବେ ଛଡାଇ ଦିଅନ୍ତୁ । ଏହାପରେ ଗ୍ୟାସରେ ଏକ ପ୍ୟାନ ବସାଇ କମ ଆଞ୍ଚରେ ଏହି ରସୁଣକୁ ଭାଜନ୍ତୁ । ଏହା ଟିକିଏ ସୁନେଲି ରଙ୍ଗ ହେଲେ ତାକୁ କାଢି ସେଥିରେ ବାଦାମ ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଆଉ ତାପରେ ବାଦାମକୁ କାଢି ନଡ଼ିଆକୁ ମଧ୍ୟ ଅଳ୍ପ ଭାଜିଦିଅନ୍ତୁ । ସବୁକିଛି ଭାଜି ସରିଲା ପରେ ତାକୁ ଏକ ପାତ୍ରକୁ କାଢି ଥଣ୍ଡା କରିଦିଅନ୍ତୁ । ଶେଷରେ ମିକ୍ସର ଗ୍ରାଇଣ୍ଡରରେ ଏହି ସବୁ ପକାଇ ସେଥିରେ ନିଜ ଖାଇବା ଅନୁସାରେ ଲାଲ ଲଙ୍କାଗୁଣ୍ଡ ଓ ଲୁଣ ପକାନ୍ତୁ । ଏବେ ଏହି ସବୁକୁ ପେଷି ଦିଅନ୍ତୁ । ଏହାକୁ ଟିକିଏ ଦର ଦର ଖଣ୍ଡ କରି ପେସନ୍ତୁ ଯାହାଦ୍ୱାରା ଏହାର ସ୍ୱାଦ ଆହୁରି ଭଲ ଆସିବ । ଆପଣ ଚାହିଁଲେ ଏଥିରେ ଧନିଆପତ୍ର ମଧ୍ୟ ଆଡ଼ କରିପାରିବେ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ରସୁଣ ଚଟଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.