Below header

ଏମ୍‌ସିଏଲ୍‌ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଧମକ ଦେବା ଘଟଣା, ଯୁବ ବିଜେଡି ସଭାପତି ମନୋଜ ସାହୁଙ୍କ ସମେତ ୫ ଗିରଫ

ଅନୁଗୁଳ(କେନ୍ୟୁଜ୍): ଏମ୍‌ସିଏଲ୍‌ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ତାଳଚେର ଯୁବ ବିଜେଡି ସଭାପତି ମନୋଜ ସାହୁ । ଏଥିସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ତାଳଚେର ପୋଲିସ । ଗତ ୨୯ ତାରିଖରେ ହିଙ୍ଗୁଳା କୋଇଲା ଖଣି ସମ୍ପ୍ରସାରଣ ପାଇଁ ଭାଲୁଗାଡ଼ିଆରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରିଥିଲେ ଶତାଧିକ ଗ୍ରାମବାସୀ । କାର୍ଯ୍ୟାନୁଷ୍ଠାନ ବେଳେ ତାଳଚେର ବିଧାୟକ ଓ ଏସ୍‌ପିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ ଶତାଧିକ ଗ୍ରାମବାସୀଙ୍କ ସମେତ ବିଧାୟକଙ୍କୁ ଅଟକ ରଖିଥିଲା । ଏହାର ପ୍ରତିବାଦରେ ୩୦ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ ତାଳଚେରର ବିଭିନ୍ନ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରାଧ କରିବା ସହ ଏମ୍‌ସିଏଲ୍‌ର ବିଭିନ୍ନ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଧମକ ଦେବା ସହ ଖଣି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏହାପରେ କମ୍ପନୀ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ ୫ ଜଣଙ୍କୁ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.