ଚା-କଫି ପିଇବାକୁ ଚାହୁଁନଥିଲେ ପିଅନ୍ତୁ କୋକୋନଟ୍ ମିଲ୍କସେକ୍‌, ଏପରି କରନ୍ତୁ ପ୍ରସ୍ତୁତ

ଯଦି ଆପଣ ଚା କିମ୍ବା କଫିକୁ ନ ପିଇ କିଛି ହେଲଦି ଡ୍ରିଙ୍କ୍ ପିଇବାକୁ ଚାହୁଁଛନ୍ତି, ତାହେଲେ କୋକୋନଟ୍ ମିଲ୍କସେକ୍ ଆପଣଙ୍କ ପାଇଁ ଭଲ ଅପସନ୍ ହେବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ କେମିତି ବନାଇବେ କୋକୋନଟ୍ ମିଲ୍କସେକ୍‌।

ଆବଶ୍ୟକ ସାମଗ୍ରୀ

  • ୧/୨ କପ୍ ନଡିଆ
  • ୧/୨ ଗ୍ଲାସ୍ ନଡିଆ ପାଣି
  • ୧/୪ ଗ୍ଲାସ୍ କ୍ଷୀର
  • ୨ ଟେବୁଲ୍ ଚାମଚ୍ ଚିନି
  • ଆବଶ୍ୟକ ଅନୁସାରେ ଆଇସ୍ କ୍ୟୁବ୍‌

ପ୍ରସ୍ତୁତି ପ୍ରଣାଳୀ

କୋକୋନଟ୍ ମିଲ୍କସେକ୍ ବନାଇବା ପାଇଁ ସର୍ବପ୍ରଥମେ ନଡିଆ, ନଡିଆ ପାଣି, କ୍ଷୀର ଏବଂ ଚିନି ପକାଇ ଭଲଭାବେ ମିକ୍ସ କରି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ସେତେ ପର‌୍ୟ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ ଯେତେ ପର‌୍ୟ୍ୟନ୍ତ ଏହା ଭଲଭାବେ ଗ୍ରାଇଣ୍ଡିଂ ନହୋଇଛି। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କୋକୋନଟ୍ ମିଲ୍କସେକ। ଏହାକୁ ଗ୍ଲାସରେ କାଢ଼ି ଆଇସ୍ କ୍ୟୁବରେ ପକାଇ ସର୍ଭ କରନ୍ତୁ।

Leave A Reply

Your email address will not be published.