Below header

ରିଟାୟାରମେଣ୍ଟ ପରେ ରୋଜଗାର କରିବା ପାଇଁ ସବୁଠୁ ଭଲ ମାଧ୍ୟମ ହେଉଛି NPS, ନିବେଶ କଲେ ମିଳିବ ଏହି ସବୁ ଫାଇଦା

ନିଜ କଷ୍ଟ ଅର୍ଜିତ ଅର୍ଥରୁ କିଛି କିଛି ଜମା କରି ଏକ ଜମାପୁଞ୍ଜି ଖୋଲିବା ଉଚିତ । ଯାହାକି ଭବିଷ୍ୟତରେ ବିପଦ ସମୟରେ କାମରେ ଆସିବ । ଯେତେ କମ ବୟସରୁ ବ୍ୟକ୍ତି ସଂଚୟ କରିବା ଆରମ୍ଭ କରିବେ ରିଟାୟର ମେଣ୍ଟ ପରେ ସେତେ ଅଧିକ ଫଣ୍ଡ ମିଳିବ । ଆଉ ଏହି ରିଟାୟରମେଣ୍ଟ ଫଣ୍ଡ ପାଇଁ “ନ୍ୟାସନାଲ ପେମେଣ୍ଟ ସିଷ୍ଟମ” ବା ଏନପିଏସ ହେଉଛି ସର୍ବୋତ୍କୃଷ୍ଟ ତଥା ଲୋକପ୍ରିୟ ମାଧ୍ୟମ । ଦେଶର ସମସ୍ତ ସରକାରୀ ତଥା ବେସରକାରୀ ବ୍ୟାଙ୍କରେ ଏହି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲା ଯାଇପାରିବ । ଭାରତର ନ୍ୟାସନାଲ ପେନ୍ସନ ସିଷ୍ଟମରେ ୧୮ରୁ ଆରମ୍ଭ କରି ୬୦ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ ନିବେଶ କରିବା ନେଇ ସୁବିଧା ରହିଛି ।

nps system
image credit: Zee business

ଏହାର ଆଉ ଏକ ସୁବିଧା ହେଉଛି ଘରେ ବସି ଓଟିପି ଜରିଆରେ ଆକାଉଣ୍ଟ ଖୋଲାଯାଇ ପାରିବ । ଅନେକ ଗ୍ରାହକ ଏମିତି ଅଛନ୍ତି ଯେଉଁମାନେ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ଜରିଆରେ ଏନପିଏସ ଖାତା ଖୋଲିବାକୁ ଚାହୁଁଛନ୍ତି । ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ଜରିଆରେ ଏନପିସ ଆକାଉଣ୍ଟ ଖୁବ ସହଜରେ ଖୋଲିପାରିବେ । ଜଣାଇ ରଖିବା ଉଚିତ ହେଵକି, ଦେଶର ପ୍ରତିଟି ଏନପିଏସ ମ୍ୟୁଚୁଆଲ ଫଣ୍ଡ ପରି ହିଁ ମ୍ୟାନେଜ ହୋଇଥାଏ । ଇକଵିଟି, କର୍ପୋରେଟ ବଣ୍ଡ, ଗଭର୍ନମେଣ୍ଟ ସିକ୍ୟୁରିଟି ମାଧ୍ୟମରେ ହିଁ ଏଥିରେ ନିବେଶ କରାଯାଇ ଥାଏ । ନିବେଶକ ମାନେ ନିଜ ନିଜ ମାସିକ ଦରମାରୁ କିଛି କିଛି ଏହି ଯୋଜନାରେ ନିବେଶ କରିଥାନ୍ତି । ଅବସର ନେବା ପରେ ମୋଟ ଅର୍ଥର ମାତ୍ର ଗୋଟିଏ ଭାଗ ଉଠାଇବା ସହ ଖର୍ଚ୍ଚ କରିପାରୁ ଥିବା ବେଳେ ବାକି ଅର୍ଥରୁ ନିୟମିତ ଆୟ ପାଇଁ ଏନୟୁଟି ନେଇ ପାରିବେ ।

ଯେକୌଣସି ବ୍ୟକ୍ତି ଯେଉଁମାନେ ଏନପିଏସର ଗ୍ରାହକ ହୋଇଥିବେ, ସେମାନେ ଆୟକର ଅଧିନିୟମ ଧାରା ୮୦ ସି ଅନ୍ତର୍ଗତ ୧.୮ ଲକ୍ଷ ଟଙ୍କା ଗ୍ରସ ଇନକମର ୧୦ ପ୍ରତିଶତ କାଟିବା ନେଇ ଦାବି କରିପାରିବେ । NPSର ଟିୟର ୧ ଖାତାରେ ନିବେଶରୁ ଆୟକରର ଲାଭ ମିଳିପାରିବ । ଏନପିଏସ ଜରିଆରେ କିଛି ବିଶେଷ ପରିସ୍ଥିତିରେ ପ୍ରି ମ୍ୟାଚ୍ୟୁର ଉଠାଣ ପାଇଁ ଅନୁମତି ଅଛି । ଏଥିପାଇଁ ବେପାର, ବିବାହ, ପିଲାଙ୍କ ପାଠପଢା, ଘର କିଣିବା ବା ତିଆରି କରିବା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରି ମାଚ୍ୟୁର ତାରିକରେ ଉଠା ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.