ନାସାର ‘ରୋଭର’ ପଠାଇଲା ମଙ୍ଗଳ ଗ୍ରହର ନୂଆ ଫଟୋ, ଏଠି ଦେଖନ୍ତୁ ଲ୍ୟାଣ୍ଡିଂ ଏବଂ ଏହା ପରର ସମସ୍ତ ଫଟୋ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ବୁଧବାର ମଙ୍ଗଳ ଗ୍ରହରୁ ରୋଭର ଦ୍ୱାରା ପଠାଯାଇଥିବା ଏକ ବଢ଼ିଆ ଫଟୋ ଜାରି କରିଥିଲା। ଏଥିରେ ରୋଭର ଲ୍ୟାଣ୍ଡିଂ ସ୍ଥଳର ଏକ ମନୋରମ ଦୃଶ୍ୟ ଜାରି ହୋଇଥିଲା। ନାସା ପର୍ସିଭିୟରାନ୍ସ ରୋଭରକୁ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ କରାଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି। ମାର୍ସ ୨୦୨୦ ଅଭିଯାନ ଅଧୀନରେ ନାସା ଏହି ରୋଭରକୁ ମଙ୍ଗଳ ଗ୍ରହ ଉପରେ କିଛି ଖାସ୍‌ ଅଧ୍ୟୟନ ପାଇଁ ପଠାଇଛି। ନାସା ପୂର୍ବରୁ ବି ମଙ୍ଗଳକୁ ରୋଭର ପଠାଇ ସାରିଛି। ତେବେ ଏହି ମହାକାଶ ଏଜେନ୍ସି ରୋଭରର ଲ୍ୟାଣ୍ଡିଂ ଏବଂ ଏହା ପରର ଫଟୋଗୁଡ଼ିକ ଜାରି କରିଛି।

nasa2
photo credit: www.jagran.com

ଏକ ଫଟୋ ଜଜିରୋ କ୍ରେଟରର ରିମ୍‌କୁ ଦର୍ଶାଉଛି, ଯାହାକୁ ଗତ ସପ୍ତାହରେ ରୋଭର ଉଠାଇଥିଲା। ରୋଭର ଦ୍ୱାରା ଏହି ଫଟୋ ୩୬୦ ଡିଗ୍ରୀ ବୁଲାଇ ଉଠାଯାଇଥିଲା। ରୋଭର କ୍ୟାମେରା ଜୁମ୍‌ ହୋଇପାରିବ ଏବଂ ଏହା ହାଇ କ୍ୱାଲିଟି ଭିଡିଓ ଓ ଫଟୋ ଉଠାଇପାରିବ। ନାସାର କହିବା ହେଲା, ଏହି ଫଟୋ ୧୪୨ଟି ଅଲଗା ଅଲଗା ଫଟୋକୁ ମିଶାଇ ବନାଯାଇଛି, ଯାହାକୁ ପୃଥିବୀକୁ ଗୋଟିଏ ଫଟୋ ରୂପେ ପଠାଯାଇଛି। ତେବେ ଏଥିପୂର୍ବରୁ ନାସା ମଙ୍ଗଳ ଗ୍ରହର ପ୍ରଥମ ଅଡିଓ ଜାରି କରିଥିଲା। ଏହାକୁ ରୋଭରର ମାଇକ୍ରୋଫୋନ୍‌ ଦ୍ୱାରା କ୍ୟାପ୍‌ଚର କରାଯାଇଥିଲା। ଏଥିରେ ପବନର ଶବ୍ଦ ଶୁଣିବାକୁ ମିଳିଥିଲା।

ଲ୍ୟାଣ୍ଡିଂ ପରେ ନାସା ଜାରି କରିଥିଲା ଫଟୋ

କିଛିଦିନ ପୂର୍ବେ ପର୍ସିଭିୟରାନ୍ସ ରୋଭରର ନାଭିଗେଶନ କ୍ୟାମେରା ଅର୍ଥାତ୍‌ ନାଭ୍‌କାମ୍‌ସ ରୋଭର ଡେକ୍‌ର ଏକ ଫଟୋ ଜାରି କରିଥିଲା। ଏଥିରେ ନାସାର Planetary Instrument for X-ray Lithochemistry(PIXL) ଦେଖାଯାଉଛି, ଯାହାକୁ Jas PixL ମଧ୍ୟ କୁହାଯାଇଥାଏ। ଏହା ରୋଭର ବାହୁରେ ଲାଗିଥିବା ଏକ ଉପକରଣ, ଯାହା ମଙ୍ଗଳ ଉପରେ ଭୂଗର୍ଭୀୟ ଅଧ୍ୟୟନ କରିବ। ଏହି ଉପକରଣରେ ଏକ କ୍ୟାମେରା ଲାଗିଛି, ଯାହା ଚଟାଣ ଏବଂ ମାଟିର ଫଟୋ ମଧ୍ୟ ନେବ। ଏହି କ୍ୟାମେରା ଲୁଣ ଦାନା ଭଳି ଛୋଟ କଣିକାକୁ ବି ଦେଖାଇ ପାରିବ।

nasa3
photo credit: www.jagran.com

ଆଉ ଏକ ଫଟୋ ରହିଛି, ଯାହା ନାସାର ହଜାର୍ଡ କ୍ୟାମେରାରୁ ନିଆଯାଇଛି। ଏହା ରୋଭରର ତଳ ଆଡ଼କୁ ଲଗାଯାଇଛି। ଏହି ଫଟୋ ମଙ୍ଗଳ ଗ୍ରହରୁ ଆସିଥିବା ପ୍ରଥମ ହାଇ ରିଜୋଲ୍ୟୁଶନ ଫଟୋ। ନାସା ଏହାକୁ ୨୩ ଫେବୃଆରୀରେ ଜାରି କରିଥିଲା। ଏଥିରେ ମଙ୍ଗଳର ଜଜିରୋ କ୍ରେଟର ସ୍ପଷ୍ଟ ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.