ଶୀତୁଆ ପାଗରେ ଚା ସହିତ ନିଅନ୍ତୁ ପୋଟାଟୋ ଲଲିପପର ମଜା

ଶୀତ ଦିନରେ ଗରମା ଗରମ ଏବଂ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପୋଟାଟୋ ଲଲିପପ୍‌। ତାହେଲେ ଆସନ୍ତୁ ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଆଳୁ – ୩୦୦ ଗ୍ରାମ୍‌
  • ପିଆଜ – ଗୋଟିଏ
  • ଧନିଆ ପତ୍ର – ଏକ ବଡ ଚାମଚ (କଟା ହୋଇଥିବା)
  • ବ୍ରେଡ କ୍ରମ୍ବସ୍‌ (ଗୁଣ୍ଡ) – ଏକ କପ୍‌
  • ଲାଲ ଲଙ୍କା ପାଉଡର – ଏକ ଛୋଟ ଚାମଚ
  • ଧନିଆ ପାଉଡର – ୧ ଛୋଟ ଚାମଚ
  •  ଅଦା -ରସୁଣ ପେଷ୍ଟ – ୨ ଛୋଟ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ଲେମ୍ବୁ ରସ – ୧ ଟେବୁଲ ଚାମଚ୍‌
  • ଅଣ୍ଡା – ଗୋଟିଏ
  • ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ମିଶାଇ ମିକ୍ସ କରିଦିଅନ୍ତୁ।
  • ପ୍ରସ୍ତୁତ ମିଶ୍ରଣକୁ ମିଡିୟମ୍‌ ସାଇଜର ବଲ୍ସ ବନାଇ ଦିଅନ୍ତୁ।
  • ଏକ ପାତ୍ରରେ ବ୍ରେଡ ଗୁଣ୍ଡ ରଖି ଅଲଗା ରଖିଦିଅନ୍ତୁ।
  • ପ୍ରସ୍ତୁତ ପୋଟାଟୋ ବଲ୍ସକୁ ଟୁଥପିକ ଲଗାଇ ଅଣ୍ଡାର ଘୋଳରେ ବୁଡାଇ ବ୍ରେଡ କ୍ରମ୍ବସରେ କୋଟେଡ୍‌ କରି ରଖନ୍ତୁ।
  • ଏବେ ପ୍ୟାନରେ ତେଲ ଗରମ କରି ପୋଟାଟୋ ଲଲିପପକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଡିପ୍‌ ଫ୍ରାଏ କରନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋଟାଟୋ ଲଲିପପ୍‌।
  • ଏହାକୁ ଆପଣ ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.