Below header

ଶୀତ ଦିନେ ଜବରଦସ୍ତ ଫାଇଦା ମିଳିବ ଏଥିରୁ : ଛାତିରେ ଜମିବନି କଫ କି ହେବନି ଥଣ୍ଡା, ଦେଶୀ ଘିଅର ଅନେକ ଫାଇଦା

ଶୀତ ଦିନେ ସାଧାରଣତଃ ଥଣ୍ଡା ଓ କଫ ଏକ ସାଧାରଣ ରୋଗ । ତେବେ ଏହି ସବୁ ଋତୁକାଳୀନ ରୋଗରୁ ରକ୍ଷା ପାଇବା ସହ ଶରୀରରେ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ଦେଶୀ ଘିଅ ବହୁତ ଉପକାରୀ ହୋଇଥାଏ । ଘିଅ ଖାଦ୍ୟରେ ସ୍ୱାଦ ବଢ଼ାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଶାରୀରିକ ଓ ମାନସିକ ବିକାଶ ପାଇଁ ଦେଶୀ ଘିଅ ଅମୃତ ତୁଲ୍ୟ କାମ କରିଥାଏ ।

ଆଗକୁ ଧର୍ମ ମାସ କାର୍ତ୍ତିକ ଆସୁଥିବାରୁ ଆମିଷ ଠାରୁ ଅଧିକାଂଶ ଲୋକ ଦୂରରେ ରହିଥାନ୍ତି । ତେଣୁ ଏହି ସମୟରେ ଖାଦ୍ୟରେ ଗାଇ ଘିଅର ବ୍ୟବହାର ଶରୀରରେ ଅନେକ ପୋଷକ ତତ୍ତ୍ୱକୁ ପୂର୍ଣ୍ଣ କରିଥାଏ । ଆସନ୍ତୁ ଜାଣିବା ଗାଇ ଘିଅରୁ ମିଳୁଥିବା ଅଦ୍ଭୁତ ଫାଇଦା ।

 

ghee-1

ଗାଇ ଘିଅରେ ଥିବା ପୋଷକ ତତ୍ତ୍ୱ : ଗାଇ ଘିଅ ହାଲ୍‌କା ହଳଦିଆ ରଙ୍ଗର ହୋଇଥାଏ । ଏଥିରେ ଭିଟାମିନ୍‌, କ୍ୟାଲ୍‌ସିୟମ୍‌, ଫାଇବର, ଓମେଗା ୩ ଫ୍ୟାଟି ଏସିଡ୍‌, ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ବ୍ୟାକ୍‌ଟେରିଆଲ୍‌, ଏଣ୍ଟି ଏଜିଂ ଗୁଣ ରହିଥାଏ । ଏହା ଶରୀରକୁ ରୋଗରୁ ରକ୍ଷା କରିବା ସହ ଚର୍ମ ଓ ବାଳକୁ ସୁନ୍ଦର ଓ ନରମ ରଖିଥାଏ ।

କଫରୁ କରିବ ରକ୍ଷା : ଶୀତ ଦିନେ ସର୍ବାଧିକ ଲୋକଙ୍କୁ ଥଣ୍ଡା, କାସ ଓ କଫ ହୋଇଥାଏ । ୧ ଚାମଚ ଦେଶୀ ଗାଇ ଘିଅକୁ ଗରମ କରି ଏଥିରେ ୧/୨ ଚାମଚ ଅଦା ପାଉଡର ମିଶାଇ ଖାଇଲେ ଛାତିରେ ଜମିଥିବା କଫ ସଫା ହେବା ସହ ଆଉ ପୁନର୍ବାର ହୋଇ ନଥାଏ ।

ghee-2

ଆଖି ପାଇଁ ଲାଭକାରୀ : ସବୁଦିନ ଯଦି ଆପଣ ଘିଅରେ ତିଆରି ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କ ଆଖିର ଶକ୍ତି ବଢ଼ିବା ସହ ଅନ୍ୟ ରୋଗରୁ ମୁକ୍ତି ମିଳିଥାଏ ।

ଶାରୀରିକ ଓ ମାନସିକ ଶକ୍ତି ବଢ଼ାଇଥାଏ : ଶୋଇବା ପୂର୍ବରୁ ଗରମ ଦୁଧରେ ୧ ଚାମଚ ଘିଅ ଓ ମିଶ୍ରି ମିଶାଇ ପିଇଲେ ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ପାଇଥାଏ ।

ମାଇଗ୍ରେନ୍‌ ପେନ୍‌ରୁ ଦିଏ ଆରାମ :
ଯେଉଁମାନଙ୍କର ମାଇଗ୍ରେନ୍‌ ପେନ୍‌ ଥାଏ ସେମାନେ ଖାଦ୍ୟରେ ଗାଇ ଘିଅ ବ୍ୟବହାର କରନ୍ତୁ । ଏଥିସହ ସକାଳ ଓ ସନ୍ଧ୍ୟାରେ ବୁନ୍ଦାଏ ଲେଖାଁ ଗାଇ ଘିଅ ପକାଇଲେ ମାଇଗ୍ରେନ୍‌ ପେନ୍‌, ବାନ୍ତି, ମୁଣ୍ଡ ବୁଲାଇବା ଆଦିରୁ ମୁକ୍ତି ମିଳିଥାଏ ।

ghee-3

କୋଷ୍ଠ କାଠିନ୍ୟରୁ ଦେଇଥାଏ ଆରାମ : ଦୈନିକ ଶୋଇବା ପୂର୍ବରୁ ୧ ଚାମଚ ଘିଅ ସିଧାସଳଖ କିମ୍ବା ଦୁଧରେ ମିଶାଇ ସେବନ କଲେ କୋଷ୍ଠ କାଠିନ୍ୟରୁ ଆରାମ ମିଳିଥାଏ । ଏହା ପେଟ ଦରଜ ଓ ଗ୍ୟାସ୍‌ ଆଦିରୁ ମୁକ୍ତି ମିଳିଥାଏ ।

ଶରୀରର ଉଜ୍ଜଳତା ବଢ଼ାଇଥାଏ : ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଏଜିଂ ଗୁଣ ଥିବାରୁ ଗାଇ ଘିଅ ଖାଇବା ଦ୍ୱାରା ଚର୍ମ ଓ ଚେହେରାରେ ଉଜ୍ଜଳତା ଆସିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.