Below header

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଗ୍ରୀସ୍‌ ଓ ତୁର୍କୀ, ଭୁଶୁଡ଼ି ପଡ଼ିଲା ଅନେକ ବଡ଼ବଡ଼ ବିଲ୍‌ଡିଂ,ଦେଖନ୍ତୁ ଭିଡିଓ

କେନ୍ୟୁଜ୍(ବ୍ୟୁରୋ):  ଶକ୍ତିଶାଳୀ ଭୂକମ୍ପରେ ଥରିଲା ଗ୍ରୀସ୍‌ ଓ ତୁର୍କୀ । ୭.୦ ତୀବ୍ରତାର ଭୂକମ୍ପ ଗ୍ରୀସ୍‌ ଓ ତୁର୍କୀକୁ ଥରାଇ ଦେଇଛି । ସୁନାମି ଆଣିଛି ସାମୁଦ୍ରିକ ଭୂକମ୍ପ । ଗ୍ରୀକ୍‌ର ସାମୋସ୍‌ ଆଇଲାଣ୍ଡ୍‌ ଠାରୁ ସାଢେ ୮ ମାଇଲ ଦୂରରେ ଏଜିଆନ୍‌ ସମୁଦ୍ରରେ ଭୂକମ୍ପର କେନ୍ଦ୍ର ସ୍ଥଳ ଠାବ ହୋଇଛି । ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ବଡ଼ବଡ଼ ବିଲ୍‌ଡିଂ ଭୁଶୁଡ଼ି ପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ ତୁର୍କୀର ପଶ୍ଚିମ ଇଜମାଇର୍‌ ପ୍ରୋଭିନ୍‌ସରେ ଅଧିକ କ୍ଷୟକ୍ଷତି ହୋଇଛି ।

ପୂର୍ବ ଗ୍ରୀକ୍‌ ଉପଦ୍ୱୀପକୁ ଥରାଇ ଦେଇଛି ଭୂକମ୍ପ । ଗ୍ରୀସ୍‌ର ରାଜଧାନୀ ଏଥେନ୍‌ସ ମଧ୍ୟ ଥରି ଉଠିଛି । ବୁଲଗେରିଆରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ତେବେ ମୃତାହତ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସୁନାମୀ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସାମୋସ୍‌ ଅଞ୍ଚଳ ଛାଡି ଲୋକଙ୍କୁ ବାହାରକୁ ଚାଲି ଯିବାକୁ କୁହାଯାଇଛି । ଭୂକମ୍ପ ପରେ ସାମୋସରେ ବଡ଼ବଡ଼ ଲହଡ଼ି ରାସ୍ତା ଉପରକୁ ମାଡ଼ି ଆସିଥିଲା । ସାମୋସ୍‌ ମୁଖ୍ୟ ବନ୍ଦର ପାଣିରେ ବଡ଼ି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.