ଆଜି ରାଜ୍ୟରେ ସୁସ୍ଥ ହେଲେ ୧୮୦୦ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୩୩

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଶୁକ୍ରବାର ରାଜ୍ୟରେ ମୋଟ୍‌ ୧୮୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି । ସେହିପରି କଟକରୁ ୧୪୮ ଜଣ, ନୂଆପଡ଼ା ୧୦୦, ମୟୁରଭଞ୍ଜ ୯୪, ଅନୁଗୁଳ ୮୧, ସୁନ୍ଦରଗଡ଼ ୭୬, କେନ୍ଦୁଝର ୭୪, ବାଲେଶ୍ୱର ୭୨, ପୁରୀ ୬୯, ଯାଜପୁର ୬୬, ବରଗଡ଼ ୬୫, କେନ୍ଦ୍ରାପଡ଼ା ୬୨ ଓ ବଲାଙ୍ଗିରରୁ ୬୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ ଓ ଜଗତସିଂହପୁରରୁ ୬୦ ଜଣ ଲେଖାଏଁ, ନବରଙ୍ଗପୁର ୫୩, କୋରାପୁଟ ୪୪, କଳାହାଣ୍ଡି ୪୨, ଝାରସୁଗୁଡାରୁ ୪୦, ଢ଼େଙ୍କାନାଳ, ମାଲ୍‌କାନଗିରି ଓ ସମ୍ବଲପୁରରୁ ୩୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ଏଥିସହ ଗଞ୍ଜାମ, କନ୍ଧମାଳ ଓ ସୋନପୁରରୁ ୨୯ ଜଣ ଲେଖାଏଁ, ନୟାଗଡ଼ ୨୭ ରାୟଗଡ଼ ୧୨, ଦେଓଗଡ଼ ୦୮, ଗଜପତି ୦୭, ବୈାଦ୍ଧ ୦୬ ଓ ରାଜ୍ୟ ପୁଲ୍‌ରୁ ୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୭୩୮୩୮ରେ ପହଞ୍ଚିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.