Below header

ଆପଣଙ୍କ ଛୁଆ ବି ମାନ୍ଦା ହୋଇ ବସିରହୁଛି କି? ଏହି ଉପାୟରେ ତାକୁ କରନ୍ତୁ ଆକ୍ଟିଭ

ଛୋଟ ପିଲାମାନେ ଖୁବ୍‌ ମୁଡି ହୋଇଥାନ୍ତି। ସେମାନେ ଯାହା ବୁଝିଥାନ୍ତି ସେଇଟା ହିଁ ତାକୁ ଠିକ୍‌ ଲାଗେ ଓ ସେମାନେ ସେଇୟା ହିଁ କରିଥାନ୍ତି। ଯଦି କେହି ତାଙ୍କୁ ସେ କାମ କରିବାକୁ ବାରଣ କରେ ତେବେ ସେମାନେ କାନ୍ଦନ୍ତି। ଆଜିକାଲିର ବାପାମା’ ପିଲାଙ୍କୁ ଅଯଥା କନ୍ଦେଇବା ଅପେକ୍ଷା ସେମାନେ ଯାହା ଚାହୁଁଛନ୍ତି ତାକୁ କରିବାକୁ ଦେଇଥାନ୍ତି। ଏହି ଅଭ୍ୟାସ ଯୋଗୁ ବର୍ତ୍ତମାନର ପିଲାମାନେ କ୍ରମଶଃ ଅଳସୁଆ ହୋଇଯାଉଥିବା ଦେଖିବାକୁ ମିଳୁଛି।

ହାତପାହାନ୍ତାରେ ମୋବାଇଲ୍‌, ଭିଡିଓ ଗେମ୍‌ ଓ ଅନ୍ୟାନ୍ୟ ଗ୍ୟାଜେଟ୍‌ ମିଳିଯାଉଥିବାରୁ ଏବେକାର ପିଲାମାନେ ଧୀରେ ଧୀରେ ଅଳସୁଆ ହୋଇଯାଉଛନ୍ତି। ଖେଳକୁଦ ଭୁଲି ସେମାନେ ଟିଭି ସାମ୍ନାରେ ହିଁ ଖାଇବା ପିଇବା କରୁଛନ୍ତି। ଏଭଳି ଅଳସୁଆ ରହିବା ଦ୍ୱାରା ପିଲାମାନେ ଧୀରେ ଧୀରେ ରୋଗାଗ୍ରସ୍ତ ହେବା ସମ୍ଭାବନା ରହିଛି। ଆପଣଙ୍କ ପିଲା ଯଦି ଅଳସୁଆ ହେଉଛି ତେବେ ଏହି ୩ଟି ଉପାୟରେ ତାକୁ ଆକ୍ଟିଭ କରିପାରିବେ।

ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ:

ଅଳସୁଆ ପିଲାଙ୍କୁ ସମ୍ଭାଳିବାର ସବୁଠାରୁ ଭଲ ଉପାୟ ହେଉଛି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ। ସେମାନଙ୍କ ସହ ସମୟ ବିତାଇଲେ ସେମାନେ ବି କଥାବାର୍ତ୍ତା ହେବେ ଫଳରେ ଆଉ ମାନ୍ଦା ରହିବେ ନାହିଁ। ସକରାତ୍ମକ ଚିନ୍ତାଧାରା ସହ ପିଲାଙ୍କ ସହ ପ୍ରତିଦିନ କିଛି ସମୟ ବିତାନ୍ତୁ। ଦେଖିବେ ଧୀରେ ଧୀରେ ପିଲା ଆକ୍ଟିଭ ହୋଇଯିବ।

କିଛି କାମରେ ବ୍ୟସ୍ତ ରଖନ୍ତୁ:

 

 

ଅଳସୁଆ ପିଲାଙ୍କୁ ଆକ୍ଟିଭ ରଖିବା ପାଇଁ ସେମାନଙ୍କୁ ସବୁବେଳେ କାମରେ ବ୍ୟସ୍ତ ରଖନ୍ତୁ। ସେମାନଙ୍କୁ ଘରର ଛୋଟମୋଟ କାମ କରିବାକୁ କୁହନ୍ତୁ। କାମ କରିବା ପରେ ତାଙ୍କୁ ପ୍ରଶଂସା ବି କରନ୍ତୁ। ଫଳରେ ସେ ଖୁସି ହେବେ ଓ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ।

ଖେଳିବାକୁ ଉତ୍ସାହିତ କରନ୍ତୁ:

ଆଳସ୍ୟ ଛୁଆଙ୍କ ଅଳସୁଆମୀ ଦୂର କରିବାର ସବୁଠୁ ଭଲ ଉପାୟ ହେଉଛି ତାଙ୍କୁ ଖେଳିବାକୁ କୁହନ୍ତୁ। ଖେଳକୁଦ କରିବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ସେମାନେ ଆକ୍ଟିଭ୍‌ ମଧ୍ୟ ରହିବେ। ଖେଳକୁଦ କରିବା ଶରୀର ପାଇଁ କେତେ ଉପକାରୀ ତାହା ପିଲାଙ୍କୁ ବୁଝାନ୍ତୁ। ପିଲାଙ୍କୁ ସବୁବେଳେ ବୁଝାନ୍ତୁ, ରାଗନ୍ତୁନି କି ଚିଡ଼ନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.