ଯାଜପୁର: ବ୍ୟାସନଗରର ଅଷ୍ଟମ ଶ୍ରେଣୀ ଛାତ୍ରୀ ନିତ୍ୟାଶା ବନ୍ଦନା ପଟ୍ଟନାୟକଙ୍କୁ ଇଣ୍ଟରନ୍ୟାସନାଲ କଲଚରାଲ ଏକ୍ସସିଲେନ୍ସି ସମ୍ମାନ

ନିତ୍ୟାଶା ବନ୍ଦନା ପଟ୍ଟନାୟକଙ୍କୁ ଇଣ୍ଟରନ୍ୟାସନାଲ କଲଚରାଲ ଏକ୍ସସିଲେନ୍ସି ସମ୍ମାନ । ଯାଜପୁର ବ୍ୟାସନଗରର ଏକ ଘରୋଇ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ନିତ୍ୟାଶା । ବ୍ୟାସନଗରର ସହରର ପାଟୁଳି ନିବାସୀ ମନୋଜ ପଟ୍ଟନାୟକ ଓ ମାଆ ମମତାଙ୍କ ଏକମାତ୍ର ଝିଅ ନିତ୍ୟାଶା । ପିଲା ଦିନରୁ କଳା ପ୍ରତି ଥିବା ରୁଚି ତାଙ୍କୁ ଆଜି ସଫଳତା ଦେଇଛି । ୧୨ଟି ରାଜ୍ୟରୁ ଆସିଥିବା ଶହ ଶହ କୃତୀ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇଛନ୍ତି । ଛତିଶଗଡ଼ ଭିଲାଇରେ ଇଣ୍ଟରନ୍ୟାସନାଲ କଲଚରାଲ ହାମ୍‌ମୋନିରେ ମର୍ଡନ ଡ୍ୟାନ୍ସରେ ଜୁନିଅର ବିଭାଗରେ ନିତ୍ୟାଶା ଏହି ସମ୍ମାନ ପାଇଛନ୍ତି । ପୂର୍ବରୁ ଜାତୀୟ ଓଡିଶୀ ଲୋକ ନ୍‌ୃତ୍ୟ ଓ ଆଧୁନିକ ନୃତ୍ୟ ପ୍ରତିଯୋଗିତାରେ ବଜାମାତ୍‌ କରି ଓଡିଶାର ନାଁ ରଖିଛନ୍ତି ନିତ୍ୟାଶା । ଚଳିତ ମାସ ୧୧ତମ ଜାତୀୟ ସ୍ତରୀୟ ଟ୍ୟାଲେଣ୍ଟସର୍ଚ୍ଚ କାର୍ଯ୍ୟକ୍ରମ ଫ୍ୟାସନ୍‌ ସୋରେ ଲିଟିଲ୍‌ ମିସ୍‌ କ୍ୟାଟୱାକ୍‌ ଭାବେ ପୁରସ୍କୃତ ହୋଇଥିଲେ । ନିତ୍ୟାଶା ତାଙ୍କର ଏହି ସଫଳତାର ଶ୍ରେୟ ନୃତ୍ୟଗୁରୁ ଭୋଳାନାଥ ଘୋଷ, ବାଇଧର ମାଝୀ ଓ ଅଭିଭାବକଙ୍କ ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି । ଆଗକୁ ଫ୍ୟାସନ ଡିଜାଇନ୍‌ର ସହ ଜଣେ ସଫଳ ଅଭିନେତ୍ରୀ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.