ଘରେ ବନାନ୍ତୁ ଢ଼ାବା ବାଲା ଚଣା ମସଲା, ଅତି ସହଜରେ

ଯଦି ଆପଣଙ୍କ ଘରେ ପରିବା ସରିଯାଇଛି ଆଉ ଆପଣ ବଜାରକୁ ଯାଇ ପାରି ନାହାଁନ୍ତି । ତେବେ ଘରେ ଅତି ସହଜରେ ବନାନ୍ତୁ ଚଣା ମସଲା ରେସେପି । ଏହାକୁ ଆପଣ ଲଞ୍ଚରେ ଭାତ ସହ ନେଇ ପାରିବେ ଓ ଡିନରରେ ରୋଟି ସହ ମଧ୍ୟ ଖାଇ ପାରିବେ । ଏହାକୁ ଆପଣ ଘରେ ଅତି ସହଜରେ ମାତ୍ର ୧୦ ମିନିଟରେ ତିଆରି କରିପାରିବେ । ଆସନ୍ତୁ ଜାଣିବା ଚଣା ମସଲା ତିଆରି କରବାର ବିଧି –

ସାମଗ୍ରୀ :

. ଚଣା – ୧୦୦ ଗ୍ରାମ

. ତେଲ – ୩ ଚାମଚ

. ଜିରା – ଅଧା ଚାମଚ

. କରି ପତ୍ର – ୫-୬ ଟି

. ପିଆଜ – ୧ ଟା

. କଞ୍ଚା ଲଙ୍କା – ୩

. ଅଦା ରସୁଣ ପେଷ୍ଟ – ଅଧା ଚାମଚ

. ଲଙ୍କା ପାଉଡର – ୧ ଚାମଚ

. ଧନିଆ ପାଉଡର – ଅଧା ଚାମଚ

. ଲୁଣ – ସ୍ୱାଦ ଅନୁସାରେ

. ଗରମ ମସଲା – ୧ ଚାମଚ

. ନଡିଆ ପାଉଡର – ୧ ଚାମଚ

. ଲେମ୍ବୁ ରସ – ୨ ଚାମଚ

. ଧନିଆ ପତ୍ର – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ବିଧି :

୧.ଗ୍ୟାସ ଉପରେ କଡାଇ ରଖି ଏଥିରେ ତେଳ ଓ ଜିରା ପକାନ୍ତୁ ।

୨. ଏଥିରେ କରି ପତ୍ର ପକାନ୍ତୁ ଓ ତା’ପରେ କଟା ପିଆଜ ଓ କଟା କଞ୍ଚା ଲଙ୍କା ପକାନ୍ତୁ ।

୩. ପରେ ଏଥିରେ ଅଦା ରସୁଣ ପେଷ୍ଟ , ଲଙ୍କା ପାଉଡର, ଧନିଆ ପାଉଡର ଓ ଅଳ୍ପ ଲୁଣ ପକାଇ ଏହାକୁ କିଛି ସମୟ ପାଇଁ ଭାଜନ୍ତୁ ।

୪. ତା’ପରେ ଏଥିରେ ଚଣା ପକାଇ ଅଳ୍ପ ସମୟ ପାଇଁ ମଶଲାରେ ଭାଜନ୍ତୁ ଓ ପରେ ଏଥିରେ ଅଳ୍ପ ପାଣି ଦେଇ ଦିଅନ୍ତୁ ।

୫. ଏବେ ଏଥିରେ ଲେମ୍ବୁ ରସ ଓ ନଡ଼ିଆ ପାଉଡର ପକାଇ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ।
ଏବେ ଗରମ ଗରମ ରୋଟି ସହିତ ଖାଆନ୍ତୁ ଓ ଖୁଆନ୍ତୁ ।

Leave A Reply

Your email address will not be published.