ଦୀର୍ଘ ଜୀବୀ ହେବାକୁ ଚାହାଁନ୍ତି ଯଦି ଖାଦ୍ୟରେ କରନ୍ତୁ ଏପରି ପରିବର୍ତ୍ତନ

ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁନ୍ଦର କରିବାକୁ ଚାହାଁନ୍ତି । ହେଲେ କାମ ପ୍ରେସରରେ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ବିଶ୍ରାମ ନେଇ ପାରନ୍ତି ନାହିଁ । ଫଳରେ ଏହା ସ୍ୱାସ୍ଥ୍ୟ ହାନୀ ଘଟାଇବା ସଂଗେ ସଂଗେ ଆୟୁଷ ମଧ୍ୟ ହ୍ରାସ କରିଥାଏ । ଯଦି ଆପଣଙ୍କ ଶରୀର ସୁସ୍ଥ ଓ ଫିଟ ରହିବ ତେବେ ଆପଣ ଦୀର୍ଘ ଜୀବୀ ରହିପାରିବେ । ଖାଦ୍ୟ ପାନୀୟ ଓ ଜୀବନ ଚର୍ଜାରେ ଅନିୟମିତତା ଆପଣଙ୍କ ଆୟୁଷ କମାଇ ଦେଇଥାଏ । ଆଜି ଆସନ୍ତୁ ଜାଣିବା କିପରି ହୋଇ ପାରିବେ ଦୀର୍ଘଜୀବୀ ।

ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ :

ସୁସ୍ଥ ରହିବା ପାଇଁ ଆପଣଙ୍କୁ ଦୈନିକ ଡାଲି ଜାତୀୟ ଖାଦ୍ୟ ଖାଇବା ଦରକାର । ଆପଣ ଦଲିଆ ମଧ୍ୟ ଖାଇ ପାରିବେ । ଏହା ସହିତ ଆପଣ ଗହମ, ଓଟସ୍‌, ବ୍ରାଉନ ରାଇସ, ବିଭିନ୍ନ ପ୍ରକାର କୋଳି ଆଦି ଖାଇବାକୁ ଚିକିତ୍ସାବିତ୍‌ ପରାମର୍ଶ ଦେଉଛନ୍ତି । ଏହାଦ୍ୱାରା ଟାଇପ-୨ ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।

protein rich food

ପ୍ରୋଟିନ ଖାଆନ୍ତୁ :

ଆପଣଙ୍କ ଭୋଜନରେ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଯେମିତି କି ପନିର, ସୋୟା ମିଲ୍ମ, ମାଛ, ଚିକେନ ଓ ବିନ୍ସ ଆଦି ଖାଇ ପାରିବେ । ଖାଦ୍ୟରେ ଏହି ସବୁ ସାମିଲ କରନ୍ତୁ । ଫଳରେ ଆପଣ ଦୀର୍ଘ ଜୀବୀ ରହିବବେ ।

ମିଠା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ, ଏବ୍ୟାୟାମ କରନ୍ତୁ :

ଆପଣଙ୍କ ଭୋଜନରେ ଏମିତି ଜିନିଷ ନିଅନ୍ତୁ ନାହିଁ ଯେଉଁଥିରେ ଶୁଗାର ମାତ୍ରା ଅଧିକ ଥିବ । ଆପଣ ଅତି କମରେ ଅଧ ଘଣ୍ଟା ଯୋଗ ପ୍ରାଣାୟମ କରନ୍ତୁ । ବ୍ୟାୟାମ ନିୟମିତ କରନ୍ତୁ । ଯଦି ଆପଣ ଶରୀର ବ୍ୟାୟାମ ପାଇଁ ଫିଟ ନୁହେଁ । ତେବେ ଅତିକମରେ ଟିକିଏ ବୁଲାଚଲା କରନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣ ଦୀର୍ଘ ଜୀବୀ ହେବେ ।

Leave A Reply

Your email address will not be published.