Below header

କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାର ଘଟଣା: ବିଭିନ୍ନ ସ୍ଥାନରେ ଶହେଟି ପୋଷ୍ଟର ମାରିଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାରର ୩ ଦିନ ପରେ ବି ଯୁବକଙ୍କର ମିଳିପାରିନି ପରିଚୟ । ଯୁବକଙ୍କ ହୁଲିଆ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ପ୍ରସ୍ତୁତ ଶହେଟି ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ପୋଷ୍ଟରରେ ଯୁବକଙ୍କ ସଂପର୍କରେ କିଛି ସୂଚନା ଦିଆଯାଇଛି । ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନ ରଖାଯିବ । ପୁରସ୍କାର ପ୍ରଦାନ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

poster1

ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟରକୁ ଲଗାଯାଇଛି । ଏହି ଫଟୋକୁ ଧରି ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଲୋକଙ୍କୁ ପଚରାଉଚରା କରାଯାଉଛି । ଏଭିତରେ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଯୁବକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ବିଷ ପାନ ଓ ନିଶା ଯୋଗୁ ମୃତ୍ୟୁ ହୋଇନି। ସଂପୃକ୍ତ ଯୁବକଙ୍କର ୩ ରୁ ୫ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ଘଟଣା ସ୍ପଷ୍ଟ ହୋଇନାହିଁ । ଭିସେରା ଟେଷ୍ଟ ପାଇଁ ରସୁଲଗଡ଼ ଫରେନସିକ୍‌ ଲ୍ୟାବକୁ ପଠାଯାଇଛି । ଗତ ୨୨ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରୁ ବାଲି ଖୋଳି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.