କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଖତମ, ଏନକାଉଣ୍ଟରେ ଗଲା ଜୀବନ

କେନ୍ୟୁଜ୍(ବ୍ୟୁରୋ): ପୋଲିସ ଗୁଳିରେ ହାଇଦରର ଖେଳ ଖତମ୍। ଏନକାଉଣ୍ଟରରେ ଗୁରୁତର ଥିବା ହାଇଦରର ମୃତ୍ୟୁ ଘଟିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦରକୁ ଚୌଦ୍ବାର ସର୍କଲ ଜେଲରୁ ବାରପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ମ ୩ ଟା ୨୦ରେ ସିମୁଳିଆ ଠାରେ ପରିସ୍ରା କରିବାକୁ କହି ଓହ୍ଲାଇ ଥିଲା ହାଇଦର। ଏହି ସମୟରେ ଖସିବା ପାଇଁ ଉଦ୍ୟମ କରିଥିଲା। ସୁରକ୍ଷା କର୍ମୀ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାର୍ଡଙ୍କ ବନ୍ଧୁକ ଛଡାଇ ସେମାନଙ୍କୁ  ଠେଲି  ଦୌଡି ପଳାଉଥିଲା। ସୁରକ୍ଷାରେ ଥିବା ପୋଲିସମାନେ ତାକୁ ଅଟକିବା ପାଇଁ ୱାର୍ଣ୍ଣିଂ ଦେଇଥିଲେ । କିନ୍ତୁ ହାଇଦର ଅଟକନଥିଲା, ଯାହା ଫଳରେ ପୋଲିସକୁ ବାଧ୍ୟ ହୋଇ ଗୁଳି ଚାଳନ କରିବାକୁ ପଡିଥିଲା । ହାଇଦରର ପେଟ ଓ ହାତରେ ଗୁଳି ବାଜିଛି ଓ ତାକୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା  କରାଯାଉଥିଲା।

କିଛି ଦିନ ତଳେ ସେ କଟକ ବଡ଼ ମେଡିକାଲରୁ  ଚିକିତ୍ସାଧୀନ ଅବସ୍ଥାରେ ହାଇଦର  ଫେରାର ହୋଇ ଯାଇଥିଲା।  ପରେ ତାକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଅଞ୍ଚଳରୁ  ଗିରଫ କରାଯାଇଥିଲା । ଆଜି ସମାନ ଢଙ୍ଗରେ ପରିସ୍ରା ବାହାନାରେ ପୋଲିସ ଭ୍ୟାନରୁ ଖସି ଫେରାର ହେବାକୁ ଚେଷ୍ଟା କରୁଥିବା  ବେଳେ ପୋଲିସ ତାକୁ  ଏନକାଉଣ୍ଟର କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.