ଅଭିନବ ଉପାୟରେ ଅଲିମ୍ପିକ ଖେଳାଳିଙ୍କ ମନୋବଳ ବଢ଼ାଇଲେ ମହିଳା କମାଣ୍ଡୋ ଦଳ, ଆଉ ସ୍ଲୋଗାନ ଦେଲେ “ହମ ଉନକେ ସାଥ ହେଁ”

ମାଲକାନଗିରି(କେ ନ୍ୟୁଜ):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓ ବିରୋଧୀ ଅଭିଯାନରେ ନିୟୋଜିତ ଦନ୍ତେଶ୍ଵରୀ ମହିଳା କୋମାଣ୍ଡଙ୍କ ଅଭିନବ ପ୍ରୟାସ। ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କ ମନୋବଳକୁ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି ଲଢୁଆ ଦନ୍ତେଶ୍ଵରୀ ମହିଳା କୋମାଣ୍ଡ। ମାଓ ଦମନ ପାଇଁ ଆଉ ଦେଶର ଶାନ୍ତି ପ୍ରତିଷ୍ଠା ପାଇଁ ଯେଭଳି ମହିଳା କମାଣ୍ଡ ବନ୍ଧୁକ ଧରି ଲଢ଼ୁଛନ୍ତି ଆଉ ଦେଶକୁ ଶତ୍ରୁ ହାତରୁ ସୁରକ୍ଷା ଦେଉଛନ୍ତି ଠିକ ସେହିଭଳି ଆମ ଭାରତୀୟ ଅଲମ୍ପିକ ଖେଳାଳି ପଦକ ଜିତି ଆମ ଦେଶର ଟେକ ରଖିବାକୁ ଖେଳାଳିଙ୍କୁ ଉତ୍ସାହିତ କରି ଶୁଭକାମନା ଜଣେଇଛନ୍ତି।

ମହିଳା କମାଣ୍ଡୋ କହିଛନ୍ତି ଯେମିତି ଆମେ ମାଓଗଡରେ ମାଓବାଦୀଙ୍କୁ ନିପାତ କରିବାକୁ କାନ୍ଧରେ ବନ୍ଧୁକ ଧରିଛୁ ଠିକ ସେହିଭଳି ସମସ୍ତ ଅଲମ୍ପିକ ଖେଳାଳି ଆମ ଦେଶର ନାଁ ଟେକ ରଖିବା ପାଇଁ ଉଦ୍ୟମ ଜାରିରଖନ୍ତୁ।  ମିରାବାଇ ଚାନୁ ଭାର ଉତ୍ତଳନରେ ରୈପ୍ୟପଦକ ପାଇ ଦେଶ ପାଇଁ ଗୌରବ ଆଣିଛନ୍ତି । ତେଣୁ ଏହି ଦନ୍ତେଶ୍ଵରୀ ମହିଳା ଫାଇଟର କୋମାଣ୍ଡ ଏକ ଅଭିନବ ଉପାୟରେ ଧନ୍ୟବାଦ ଜଣାଇଛନ୍ତି। ମାଓଗଡ଼ରେ ମାଓବାଦୀ ବିରୋଧୀ ଅପରେସନରେ ଥାଇ ଜଙ୍ଗଲ ମଧ୍ୟରେ ସବୁ ମହିଳା କୋମାଣ୍ଡ ମିରାବାଇଙ୍କୁ ପ୍ରଶଂସା କରିଛନ୍ତି । ଟୋକିଓ ଅଲମ୍ପିକ ମେ ହାମାରି ଭାରତ ଦେଶକେ “ଏକ ସୋ ସତାଇଶ ଖିଲାଡି ଭାଗ ଲେ ରେହେ ହେଁ। ହମ ଉନକେ ସାଥ ହେଁ।

ହମାରି ଖିଲାଡି ଇସବାର ସବସେ ଅଧିକ ପଦ ଲେକେ ଆୟେଙ୍ଗେ। ଦନ୍ତେଶ୍ଵରୀ ଫାଇଟର କୋମାଣ୍ଡ ବସ୍ତର ମେ ଦେଶ ବିରୋଧୀ ମାଓବାଦୀ ଅପନା ଦମ ଦିଖା ରହେହେଁ । ହମାରେ ଦେଶକେ ଖିଲାଡି ପୁରା ବିଶ୍ଵ ମେ ଦମ ଦିଖାଏ ଔର ଜିତକେ ଆଁଏ । ଆୟେ ହେତ କରନେ କରକେ ଦେଖାଏଁ କୀର୍ତ୍ତିବାଜି ଖେଲକର ଅପନା ତିରଙ୍ଗା ଲେହେରାଏଙ୍ଗେ।” ଏଭଳି ଭାବେ ସବୁ ମହିଳା କୋମାଣ୍ଡ ଖେଳାଳିଙ୍କ ମାନବଳକୁ ଉଚ୍ଚା କରିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.